jayashree

ସୁବର୍ଣ୍ଣପୁରରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ : ଅଭିବାଦନ ଗ୍ରହଣ କଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଶ୍ରୀ ରାମେଶ୍ୱର ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡ୍ ଅଭିବାଦନ ଗ୍ରହଣ କରିଥିଲେ ଓ ସମବେତ ଜନତାଙ୍କୁ ଉଦବୋଧନ ଦେଇଥିଲେ । ଦେଶ ପ୍ରେମୀ ଦେଶ ପାଇଁ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମନେ ପକାଇ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଭାରତକୁ ସ୍ଵାଧୀନତା ଦେବାରେ ଅଖଣ୍ଡତା ଦେବାରେ ଓ ସାର୍ବଭୌମ ରାଷ୍ଟ୍ରରେ ପରିଣତ କରିବାରେ ଏହି ସୁବର୍ଣ୍ଣପୁର ମାଟିର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ । “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ” ବୋଲି ଏ ମାଟିର ଜଣେ ଆଦିବାସୀ ଭୀମଭୋଇ ସଦ ସାହସ କରି କହିଥିଲେ ଯିଏ କି ଯୁଗେ ଯୁଗେ ଇତିହାସ ହୋଇ ରହିଛନ୍ତି ବୋଲି ମତ ରଖି ସୁବର୍ଣ୍ଣପୁର ଜିଲ୍ଲାରେ ନୂତନ ବସଷ୍ଟାଣ୍ଡ୍ ନିର୍ମାଣ, ମତ୍ସ୍ୟ ମହାବିଦ୍ୟାଳୟ, ଗାନ୍ଧି ଷ୍ଟାଡିୟମ୍ ପାଇଁ ୨୫ କୋଟି ଅର୍ଥ ମଞ୍ଜୁରୀ, ଭୀମଭୋଇ ସମାଧି ପୀଠ ପାଇଁ ୩୫ କୋଟି ଟଙ୍କା ଅର୍ଥ ମଞ୍ଜୁରୀ ସହ କାର୍ଯ୍ୟ ଆରମ୍ଭ, ବ୍ଲକ୍ ଛକକୁ ଗୋଲେଇ ଛକ ଭାବେ ନିର୍ମାଣ ଓ ଭୀମଭୋଇ ପ୍ରତିମୂର୍ତ୍ତି ପ୍ରତିଷ୍ଠା, ରାଜ୍ୟ ଓ ଦେଶକୁ ସଂଯୋଗୀକରଣ କରିବାରେ ରେଲୱେ କ୍ଷେତ୍ରରେ ଖୁବ୍ ଅଗ୍ରଗତି, ଜିଲ୍ଲାପାଳ ଅଫିସର ରୂପରେଖ ପରିବର୍ତ୍ତନ, ଟାଉନ ହଲ ଠାରେ ଦୀର୍ଘକାୟ ପତାକା ଲାଗିବା, ସମ୍ବଲପୁର ରାସ୍ତା ଓ ବଲାଙ୍ଗିର ରାସ୍ତାରେ ସ୍ୱାଗତ ତୋରଣ, ଶ୍ରୀ ଗୋପାଳଜୀ, ଶ୍ରୀ ରୁଦ୍ର ନାଥ ମହାଦେବଙ୍କ ପ୍ରତ୍ୟାବର୍ତ୍ତନ ଓ ମହୋତ୍ସବ, ତେଲ ନଦୀରେ ପୋଲ ନିର୍ମାଣ, ମୁଖ୍ୟ ଚିକିତ୍ସାଳୟ ଠାରେ କଣ୍ଟ୍ରୋଲ ରୁମ୍ ସ୍ଥାପିତ, ଡୁଙ୍ଗିରିପାଲିରେ ତହସିଲ ଅଫିସ୍ ଖୋଲିବା, ହାଇଟେକ୍ ସର୍ଭେ କାର୍ଯ୍ୟ ତ୍ୱରାନ୍ୱିତ, ଖରିଫ୍ ଧାନ ସଂଗ୍ରହ ଓ ଅଣ୍ଡା ଉତ୍ପାଦନରେ ଅଗ୍ରଣୀ ଜିଲ୍ଲା ଭାବେ ସ୍ୱୀକୃତି, ହସ୍ତ ତନ୍ତ ଓ ସାମୁହିକ ବାଲ୍ୟ ବିବାହ କ୍ଷେତ୍ରରେ ସୁନାମ ଅର୍ଜନ କରିବା ଓ ଜିଲ୍ଲାରେ ପେପର ଲେସ୍ କାର୍ଯ୍ୟ ଆରମ୍ଭ ସହ ଜିଲ୍ଲାରେ ୧୦୯ ଗୋ ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜାଗା ଚିହ୍ନଟ କରି ସରକାରଙ୍କୁ ରିପୋର୍ଟ ଦେବାରେ ସୁବର୍ଣ୍ଣପୁର ଜିଲ୍ଲା ସର୍ବାଗ୍ରେ ରହିଥିବା ବିଷୟ ମୁଖ୍ୟ ଅତିଥି ଡ଼. ନୃପରାଜ ସାହୁ କହିଥିଲେ । ଆଜି ସ୍ୱାଧୀନତା ଦିବସ ଅବସରରେ ସକାଳ ୪ଟାରେ ସହରରେ ରାମଧୂନ୍ କାର୍ଯ୍ୟକ୍ରମ ପରେ ପରେ ସହରରେ ପ୍ରତିଷ୍ଠା ହୋଇଥିବା ସମସ୍ତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା ।

Leave A Reply

Your email address will not be published.