pakka

ଝାରମୁଣ୍ଡା ଏଥଲେଟିକ୍‌ ଆସୋସିଏସନର ୩୨ତମ ପ୍ରତିଷ୍ଠା ଦିବସ

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ଗ୍ରାମର ଏଥଲେଟିକ୍‌ ଏସୋସିଏସନ ତରଫରୁ ୩୨ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶ୍ୟାମସୁନ୍ଦର ମେହେରଙ୍କ ସଭାତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇ ଉକ୍ତ ଅନୁଷ୍ଠାନର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଯେତିକି ସମ୍ଭବ ସହଯୋଗ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ମୁଖ୍ୟବକ୍ତା ଭାବେ ‘କୋଶଳ ପ୍ରବାହ’ର ସମ୍ପାଦକ ଆନନ୍ଦ ଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବେ ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ଲୋଇସିଂହା ବିଜେଡି ବ୍ଲକ ସଭାପତି ହୃଦାନନ୍ଦ ବେହେରା ଯୋଗଦେଇ ଏଥଲେଟିକ୍‌ ଏସୋସିଏସନ ଝାରମୁଣ୍ଡା ଦୀର୍ଘ ଦିନରୁ ସଂଗଠିତ ହୋଇ ଆସିଥିବାରୁ ଆଜି ଉନ୍ନତି ପଥରେ ଆଗେଇ ବଢ଼ି ଚାଲିଛି । ଏଣୁ ସମସ୍ତଙ୍କୁ ସଂଗଠିତ ହୋଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନ ତରଫରୁ ଜିଲ୍ଲା ପରିଷଦ ସଭ୍ୟା ଜୋନ – ୩୩ର ଲିଳିମା ବେହେରା, ଜୋନ – ୩୪ର ସଂଯୁକ୍ତା ବରିହା, ବୁଢ଼ୀପଦର ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ପଧାନ, ବାଦିମୁଣ୍ଡା ସରପଞ୍ଚ କିରନ ସାହୁ, ବେଲଗାଁ ସରପଞ୍ଚ ରାମଚନ୍ଦ୍ର ବେହେରା ଓ ଅଂଚଳର ସାମ୍ବାଦିକମାନଙ୍କୁ ସମ୍ମାନିତ କରାଯିବା ସହ ଅତିଥିମାନଙ୍କୁ ସୃତି ଉପହାର, ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ବସ୍ତ୍ର ପ୍ରଦାନ ସହ ସଫଳ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

jay balangir
Leave A Reply

Your email address will not be published.

7 − six =