pakka

ରାସ୍ତା ମରାମତି ପାଇଁ ଦାବୀ

bbehera

ଖଡ଼ିଆଳ, (ନିରାକାର ମେହେର) : ସାନମହେଶ୍ୱର ଗ୍ରାମ ଠାରୁ ତିଖାଲିପଡ଼ା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହୋଇଛି । ହେଲେ ରାଜାମୁଣ୍ଡାଠାରେ ରାସ୍ତା କାମ ହୋଇ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଏହି ରାସ୍ତାରେ ଖାଲ ଖମା ସୃଷ୍ଟି ହୋଇ ପାଣି କାଦୁଅ ଜମା ହେଉଛି । ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ପାଣି ନିଷ୍କାସନ ହୋଇ ପାରୁନାହିିଁ । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି । ଏହି ରାସ୍ତା ଉପରେ ସାନମହେଶ୍ୱର ସମେତ ବରଗାଁ, ନାଗପଡା ଆଦି ଗ୍ରାମ ପଞ୍ଚାୟତର ୩୦ଖଣ୍ଡ ଗ୍ରାମବାସୀ ନିର୍ଭର କରିଥାନ୍ତି । ଏହି ରାସ୍ତା ଦେଇ ଖଡ଼ିଆଳ, ନୂଆପଡା ଓ ଅନ୍ୟାନ୍ୟ ସହରକୁ ବିଭିନ୍ନ କାମ ପାଇଁ ଯିବାକୁ ପଡିଥାଏ ଓ ଛାତ୍ରଛାତ୍ରୀ ମଧ୍ୟ ପଢିବା ପାଇଁ ଯାଇଥାନ୍ତି । କିନ୍ତୁ ସରକାର ଏଥିପ୍ରତି କୌଣସି ଦୃଷ୍ଟି ଦେଉ ନାହାନ୍ତି । ତେବେ ଅତିଶୀଘ୍ର ରାସ୍ତା ମରାମତି ନହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

13 + 7 =