ଅତିରିକ୍ତ ଜିଲ୍ଲାପାଳଙ୍କୁ ଘେରିଲେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ

ବଲାଙ୍ଗିର, (କେପିଏନ୍ଏସ୍‌) : ଆଜି ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ ୧ରୁ ୨୧ର ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧାରୁଆଙ୍କୁ ଭେଟି ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଜଣାପଡିଛି । ଧାରଣାରେ ବସିଥିବା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ କହିବାନୁସାରେ କୋଭିଡ କଟକଣା ସମୟରେ ସରକାରଙ୍କ ଦ୍ଵାରା ଦିଆଯାଉଥିବା ଚାଉଳ ଓ ଗହମ ତାଙ୍କ ନିର୍ଦ୍ଦେଶ କ୍ରମେ ଆମ ଜୀବନକୁ ଭୟ ନ କରି ଆମ୍ଭେମାନେ ବଣ୍ଟନ କରିଥିଲୁ । କରୋନା କଟଣକଣା ସମୟରେ ଆମେ ସାମାଜିକ ଦୂରତା ରକ୍ଷା କରୁଥିବାରୁ କେହି ମେସିନରେ ଆଂଗୁଳି ବା ଟିପ ଚିହ୍ନ ଦ୍ଵାରା ଚାଉଳ ଗହମ ଦେଇ ନଥିଲେ । ଯାହା ମେସିନରେ ଏପର୍ଯ୍ୟନ୍ତ ସେହି ଷ୍ଟକ ଗୁଡ଼ିକ ଦରଜ ହୋଇ ରହିଯାଇଛି । ହେଲେ ସେହି ଷ୍ଟକକୁ ବର୍ତ୍ତମାନ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଉଥିବା ବେଳେ ତଦନ୍ତକୁ ବନ୍ଦ କରାଯିବା ପାଇଁ ମହିଳାମାନେ ଦାବୀ କରିଛନ୍ତି । ସେମାନେ ଆହୁରି କହିଛନ୍ତି ଯେ, ଚଳିତ ବର୍ଷ ଜାନୁଆରୀ ୨୦୨୩ ମସିହା ଠାରୁ କେନ୍ଦ୍ର ସରକାରଙ୍କ ନୂତନ ଯୋଜନା ଅନୁସାରେ ମାଗଣା ଚାଉଳ ବଂଟନର ପାରିଶ୍ରମିକ ଦିଆଯାଉ ନାହିିଁ । ଯାହା ଫଳରେ ଷ୍ଟଲ ଭଡା, ଇଂଟରନେଟ୍‌ ଖର୍ଚ୍ଚ, ଇପସ୍‌ ମେସିନ୍‌ ରୋଲ୍‌ର କ୍ରୟ ଖର୍ଚ୍ଚ କରିବାରେ ସେମାନଙ୍କୁ ଅସୁବିଧା ହେଉଛି ବୋଲି ଗଣମାଧ୍ୟମ ସମ୍ମୁଖରେ ମହିଳାମାନେ ପ୍ରତିକ୍ରିୟା ରଖିଛନ୍ତି । ଅନ୍ୟପଟେ ଏହି ତଦନ୍ତ ଜାରି ରହିବା ସହ ଦୋଶୀ ବିରୋଧରେ କଡାରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧରୁଆ କହିଛନ୍ତି ।

Leave A Reply

Your email address will not be published.

one × one =