csstore

ପାଟଣାଗଡରେ କୋଶଲି ବିଚାର ମଞ୍ଚର ବିକ୍ଷୋଭ ଓ କଳା ଦିବସ ପାଳନ

ପାଟଣାଗଡ, (ସଦାଶିବ ସରାଫ) : ସାରା ଓଡିଶାରେ ଏପ୍ରିଲ ୧ ତାରିଖକୁ ଓଡିଶାର ବିଭିନ୍ନ ସ୍ଥାନରେ ଉତ୍କଳ ଦିବସ ଭାବେ ପାଳନ କରାଯାଉଥିବା ବେଳେ ପାଟଣାଗଡରେ କୋଶଲି ବିଚାର ମଞ୍ଚ ତରଫରୁ କଳା ଦିବସ ପାଳନ କରାଯାଇଛି । ଆବାହକ ଡିଙ୍ଗର କୁମ୍ଭାରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋଶଲ ସଂଗ୍ରାମୀ ଜନସନ ନାଗ, ଶାନ୍ତନୁ ବୁଧିଆ, ରଂଜିତ ସାହୁ, କ୍ଷୀରୋଦ୍ର କୁମାର ସାହୁ ତଥା ଅନ୍ୟ ସଂଗଠନର ସାମାଜିକ କର୍ମୀ ଓ ସଂଗ୍ରାମୀମାନେ ଅଂଶଗ୍ରହଣ କରିଥିଲେ । ପାଟଣାଗଡ ବ୍ଲକ ଛକରୁ ଏକ ବାଇକ୍‌ ରାଲିରେ ବାହାରି ବିକ୍ଷୋଭକାରୀମାନେ ସହରର କଲେଜ ଛକ, ଏନଏସି ଛକ, ଧୁମାଭଟା ଛକ, କାଦୋପଡା, ରାମଜୀ ଛକ ତଥା ବସ୍ ଷ୍ଟାଣ୍ଡରେ ପଥପ୍ରାନ୍ତ ସଭା କରିଥିଲେ । କଳିଙ୍ଗ, କୋଶଲ ଓ ଉତ୍କଳକୁ ନେଇ ଓଡିଶା ଗଠନ ହୋଇଥିବା ବେଳେ ରାଜ୍ୟ ସରକାର କେବଳ ଉତ୍କଳ ଦିବସ ପାଳନ କରୁଛନ୍ତି ତଥା ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ମାନ୍ୟତା ଦେଇ କୋଶଲାଞ୍ଚଳକୁ ଅଣଦେଖା କରୁଥିବାରୁ ଏହାର ପ୍ରତିବାଦରେ କଳା ଦିବସ ପାଳନ କରାଯାଉଛି ବୋଲି ବିକ୍ଷୋଭକାରୀମାନେ କହିଛନ୍ତି । ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ହେବା ପର୍ଯ୍ୟନ୍ତ ଏଭଳି ବିକ୍ଷୋଭ ଜାରି ରହିବ ବୋଲି ଆବାହକ ଡିଙ୍ଗର କୁମ୍ଭାର କହିଛନ୍ତି ।

jayashree
Leave A Reply

Your email address will not be published.