csstore

ବିଜେଡି ପ୍ରତିଷ୍ଠା ଦିବସ ପାଳନ ଅବସରରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର : ୪୫ ୟୁନିଟ ରକ୍ତ ସଂଗ୍ରହ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ବିଜୁ ଜନତା ଦଳ ତରଫରୁ ଏକ ରକ୍ତଦାନ ଶିବିର ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ରକ୍ତ ଭଣ୍ଡାରରେ ଅନୁଷ୍ଠିତ ହୋଇଯାଇଛି । ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ନିର୍ବାଚନ ମଣ୍ଡଳିର ଅନେକ ପୁରୁଖା ନେତା ସାମିଲ ହୋଇଥିଲେ । ଏହି ଅବସରରେ ଜିଲ୍ଲା ବିଜେଡି ସାଧାରଣ ସଂପାଦକ ଫିରୋଜ ଖାନ, ବିଧାୟକ ପ୍ରାର୍ଥୀ ଅଜୟ ଦାଶ, ବିଜେଡି ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଗୋପା ମହାନନ୍ଦ, ଜିଲ୍ଲା ଯୁବା ମୋର୍ଚ୍ଚା ସଂପାଦକ ଦେବରାଜ ୟାଦବ, ନଗର ସଭାପତି ଦେବାର ବାରିକ ସହ ଅନେକ ବିଜେଡି କର୍ମୀ ସାମିଲ ଥିବା ବେଳେ ବିଜେଡିର କର୍ମକର୍ତ୍ତା ସହ କଂଟାବାଂଜି ଏନ୍‌ଏସିର ଅନେକ ବିଜେଡି କର୍ମୀ ସହଯୋଗ କରିଥିଲେ । ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ମୋଟ ୪୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । କଂଟାବାଂଜି ବିଜୁ ପଟ୍ଟନାୟକ ରକ୍ତ ଭଣ୍ଡାରର ସମସ୍ତ କର୍ମଚାରୀଙ୍କ ସହଯୋଗରେ ଏହା ସଫଳ ହୋଇଛି ।

jayashree
Leave A Reply

Your email address will not be published.