ଧର୍ମପ୍ରାଣା ମହିଳାଙ୍କ କରୋନାରେ ପରଲୋକ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ସହରର ହାଇସ୍କୁଲ ପଡା ନିବାସୀ ଆଇନଜୀବୀ ନିହାର ରଞ୍ଜନ ବାବୁଙ୍କ ମାତା କମଳିନୀ ବାବୁଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ସେ କିଛି ଦିନ ତଳେ ମହାମାରୀ କରୋନାରେ ସଂକ୍ରମିତ ହୋଇ ଗୁରୁତର ଅବସ୍ଥାରେ ବଲାଙ୍ଗିର କିମ୍ସ କୋଭିଡ ହସ୍ପିଟାଲରେ ଚିକତ୍ସିତ ହେଉଥିଲେ । ସ୍ୱର୍ଗତ କମଳୀନି ଜଣେ ଧର୍ମପ୍ରାଣା ମହିଳା ଥିବା ସହିତ ଟିଟିଲାଗଡ ଅଂଚଳର ପ୍ରତିଷ୍ଠିତ କଂଗ୍ରେସ ନେତା ସ୍ୱର୍ଗତ ଶରତ ପଣ୍ଡାଙ୍କ କନ୍ୟା ଓ ବରିଷ୍ଠ ଆଇନଜୀବୀ ସ୍ୱର୍ଗତ କିଶୋର ଚନ୍ଦ୍ର ପଣ୍ଡାଙ୍କ ଭଉଣୀ ଥିଲେ । ସେ ବଲାଙ୍ଗିର ନିକଟସ୍ଥ ପିପିର୍ଡାର ପ୍ରତିଷ୍ଠିତ ବାବୁ ପରିବାରର ସ୍କୁଲ ନିରୀକ୍ଷକ ହିମାଂଶୁ ବାବୁଙ୍କୁ ବିବାହ କରିଥିଲେ । ତାଙ୍କ ଏକମାତ୍ର ପୁତ୍ର ନିହାର ଓ ପୁତ୍ରବଧୁ ଅପର୍ଣ୍ଣାଙ୍କ ସମେତ ତିନି ଝିଅ ନିବେଦିତା, ସଂଘମିତ୍ରା ଓ ଇପସିତା ଅଛନ୍ତି । ତାଙ୍କ ମୃତ୍ୟୁରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.

two × 2 =

error: Content is protected !!