ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ବର୍ଷର ମହାନ ନେତା ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ପଦ୍ମପୁର ସ୍ଥିତ ଜନଗହଳି ପୂର୍ଣ୍ଣ ଭେଉଁରିଆ ଛକ ଠାରେ ଟାଉନ କଂଗ୍ରେସ, ବ୍ଳକ କଂଗ୍ରେସର ମିଳିତ ଉଦ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂପ୍ରତି ମହାମାରୀ କରୋନାରୁ ମୁକ୍ତି ପାଇବା ସକାଶେ ଦଳର ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ଗୈାନ୍ତିଆ କୁମାର ସାହୁ ଲୋକଙ୍କୁ କୋଭିଡର ଗାଇଡ ଲାଇନକୁ ମାନି ଚଳିବାକୁ ନିବେଦନ କରିଥିଲେ । ଏହି ପରିପ୍ରେକ୍ଷୀରେ ସାମାଜିକ ଦୂରତା ଏବଂ ମାକ୍ସପରିଧାନ ସମ୍ପର୍କରେ ଏବଂ ବାରମ୍ବାର ହାତକୁ ସାବୁନରେ ଧୋଇବାକୁ ଜନସାଧାରଣଙ୍କୁ ଆଇନଜୀବୀ ରାଧାବଲ୍ଲଭ ପାଣିଗ୍ରାହୀ ବୁଝାଇ ଥିଲେ । ଏହି ଶ୍ରାଦ୍ଧବାର୍ଷିକୀ ଦିବସକୁ ମନେ ରଖିବା ପାଇଁ କଂଗ୍ରେସ ଦଳ ପଦ୍ମପୁର ପକ୍ଷରୁ ବାଟୋଇ ମାନଙ୍କୁ ମାକ୍ସ ବଣ୍ଟନ, ସେନିଟାଇଜର୍‌ ବଣ୍ଟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଟାଉନ କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ଦାନୀ, ବ୍ଳକ କଂଗ୍ରେସ ସଭାପତି ଚମ୍ପକେଶ୍ୱର ପୁରୋହିତ, ସତ୍ୟନାରାୟଣ ତ୍ରିପାଠୀ, ବରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ଶତପଥୀ, ଆନନ୍ଦ ପାତ୍ର, ଜୟନ୍ତ ସୁନାନୀ ପ୍ରମୁଖ ଶ୍ରାଦ୍ଧ ଦିବସରେ ସୃତିଚାରଣ କରିଥିଲେ ।

Leave A Reply

Your email address will not be published.

eighteen − 1 =