- କୃଷ୍ଠାଶ୍ରମରେ କରୋନା ସଚେତନତାର ବର୍ତ୍ତା ଦେଲା ଜିଲ୍ଲା କଂଗ୍ରେସ ସେବାଦଳ ଓ ରକ୍ତଦାନ କଲା ଛାତ୍ର କଂଗ୍ରେସ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ । କଂଗ୍ରେସ ଦଳ ତରଫରୁ ପ୍ରତିବର୍ଷ ଏହି ଦିନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । କିନ୍ତୁ ଏ ବର୍ଷ କରୋନାର ଦ୍ୱିତୀୟ ଲହର ସମସ୍ତଙ୍କୁ ଅସ୍ତ ବ୍ୟସ୍ତ କରିଛି । ତେଣୁ, ଲୋକେ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବା ସମୟରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ କରୋନା ପୀଡିତଙ୍କୁ ସେବା ଦେଇ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି । ଆଜି ଜିଲ୍ଲା ମୁଖ୍ୟାଳୟ ଠାରେ ଭାରତରତ୍ନ ସ୍ୱଗର୍ତ ରାଜୀବ ଗାନ୍ଧୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଜଣାଇବା ସହ ତାଙ୍କର ସ୍ମୃତିଚାରଣ କରାଯାଇଥିଲା । ଜିଲ୍ଲା କଂଗ୍ରେସ ସେବାଦଳ ଅଧ୍ୟକ୍ଷ୍ୟ ଅସିତ ମିଶ୍ରଙ୍କ ନେତୃତ୍ୱରେ ସ୍ଥାନୀୟ କୃଷ୍ଠାଶ୍ରମର ଅନ୍ତେବାସୀମାନଙ୍କୁ କରୋନା ମହାମାରୀକୁ ନେଇ ସଚେତନ କରିବା ସହ ସେମାନଙ୍କୁ ମାସ୍କ ଓ ସେନିଟାଇଜର ବଣ୍ଟନ କରାଯାଇଥିଲା । ଅନ୍ତେବାସୀମାନେ କୁଷ୍ଠାଶ୍ରମରେ ଥିବା ବିଭିନ୍ନ ଅସୁବିଧା ବିଷୟରେ ଶ୍ରୀ ମିଶ୍ରଙ୍କ ସହ ଅଲୋଚନା କରିଥିଲେ । କୃଷ୍ଠାଶ୍ରମର ଏହି କାର୍ଯ୍ୟକ୍ରମରେ ଅଢ଼ୂଲ୍ୟ ସେଠ, ଅନ୍ତ ମଛଖଣ୍ଡ, ସୁଦର୍ଶନ ଚିରଗୁନ୍ ଓ ଗଣେଶ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ପରେ ପରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ କରୋନା ପୀଡିତଙ୍କ ରକ୍ତାଭାବ ଦୂର କରିବା ପାଇଁ ସେବା ଶିବିର ମାଧ୍ୟମରେ ରକ୍ତ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନର ଜିଲ୍ଲା ମୁଖ୍ୟ ଅଜୟ ବାଲୀ, ଛାତ୍ର କଂଗ୍ରେସର ଟୁଲୁ ସେନ, ଜିତେନ ମନହିରା, ପିଣ୍ଟୁ ରଞ୍ଜନ ତରିଆ, ବିକନ ପୁଟେଲ, ଅଜାହରୁଦ୍ଦିନ କାନ ରକ୍ତଦାନ କରିଥିଲେ । ଜିଲ୍ଲା କଂଗ୍ରେସ ତରଫରୁ ଆୟୋଜିତ ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଉପସଭାପତି ମନୀଷ ମିଶ୍ର, ନଗର ସଭାପତି ବୁଲୁ ଦାନୀ ସଂଯୋଜନା କରିଥିବା ବେଳେ କଂଗ୍ରେସ ନେତା ଚନ୍ଦ୍ରମଣୀ ତ୍ରିପାଠୀ, ଝୁପଲୁ ମାହାନ୍ତି, ସଞ୍ଜୟ ମିଶ୍ର, ଅଙ୍କିତ ସାହୁ, ନାସିର ଖାନ, କିରନ ସେଠ, ଅମୀୟ ବଗର୍ତ୍ତି ପ୍ରମୁଖ ସକ୍ରିୟ ସହ ଯୋଗ କରିଥିଲେ । ଠିକ ସେହିପରି ଲୋଇସିଂହାରେ ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହେରାଙ୍କ ନେତୃତ୍ୱରେ କରୋନା ସଚେତନତା ସ୍ୱର୍ଗତ କରାଯାଇ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । କରୋନା ଆକ୍ରାନ୍ତ ଲୋକଙ୍କୁ ଠିକ ହିସାବରେ କଂଗ୍ରେସ ଦଳ ସେବା କରିପାରିଲେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ବେହେରା କହିଛନ୍ତି ।
![](https://koshalaprabahalive.com/wp-content/uploads/2021/05/WhatsApp-Image-2021-05-21-at-3.54.26-PM-1024x768.jpeg)