ଆଗଲପୁର ବିଡିଓଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଲେ ବ୍ଲକ ଉପାଧ୍ୟକ୍ଷା ଓ ବ୍ଲକ ବିଜେଡି ସଭାପତି

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର ସମସ୍ତ ପଂଚାୟତ ଗୁଡିକର ସମସ୍ୟାକୁ ନେଇ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ପଧାନ ଏବଂ ବ୍ଲକ ବିଜେଡି ସଭାପତି ପଂଚୁ ପଧାନ ବିଡିଓଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଥିବା ଜଣାପଡିଛି । ଆଗଲପୁର ବ୍ଲକ ଭରସୁଜା ପଂଚାୟତ ସହ ଅନ୍ୟ ପଂଚାୟତ ମାନଙ୍କରେ ହେଉଥିବା ଦୁର୍ନୀତି ଯଥା ମନରେଗା, ଆବାସ ଯୋଜନା, ଭତ୍ତା, ଜମି ଉନ୍ନତିକରଣ ଆଦି ଆହୁରି ଅନେକ ସମସ୍ୟାକୁ ନେଇ ଧାରଣାରେ ବସିଥିବା ଜଣାପଡିଛି । ଉକ୍ତ ବିଷୟରେ ଶଂକର କେରକେଟା ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଭରସୁଜା ପଂଚାୟତ ବାବଦରେ ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ କରାଯାଇ ୭ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave A Reply

Your email address will not be published.

20 − sixteen =