oom

ବିନ୍ଧାପାଲି ଗ୍ରାମରେ ସମ୍ବଲପୁରୀ ଦିନ୍‌ ପାଳିତ

jsmm

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା)ବ୍ଲକ ଭରସୁଜା ଗ୍ରା.ପ ବିନ୍ଧାପାଲି ଗ୍ରାମରେ ସମ୍ବଲପୁରୀ ଦିନ୍‌ ପାଳନ କରାଯାଇଛି । ଏଥିରେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଜେଡି ଯୁବ ପରିଷଦ ରାଜ୍ୟ ସଦସ୍ୟ ନିହାର ରଞ୍ଜନ ବେହେରା, ସମିର ଦିବ୍ୟାଙ୍ଗ ଟ୍ରଷ୍ଟର ସଭାପତି କିର୍ତନ ଦାଶ, ଓଡିଶା ମୋ’ ପରିବାରର ସଂପାଦକ ଗୌରହରି ମିଶ୍ର, ଗାଇସିଲେଟ ବ୍ଲକ ସଭାପତି ଯୁବ ବିଜୁ ଜନତା ଦଳର ସୁନାଧର ସାହୁ, ଆଗଲପୁର ବ୍ଲକ ସାମ୍ବାଦିକ ବିରାଜ ନନ୍ଦ ପାଢ଼ୀ ଯୋଗଦାନ କରିଥିଲେ । ସମ୍ବଲପୁରୀଦିନ୍‌ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ନିଜେ ରକ୍ତ ଦାନକରି ଅନ୍ୟମାନଙ୍କ ପାଇଁ ରକ୍ତଦାନ ଶିବିର ଆୟୋଜନ କରି ଉଦାହରଣ ସୃଷ୍ଟି କରିଥିବା ରାଇସଲପଦର ଗ୍ରାମର ଶଙ୍କର ନନ୍ଦଙ୍କୁ ଏଥିପାଇଁ ବୁର୍ଲ୍ଲା ଭୀମସାର ପକ୍ଷରୁ ପୁରସ୍କୃତ କରାଯାଥିଲା । ବିକାଶ ସାହୁ, ରାଜୁ ସାହୁ, ରଞ୍ଜନ ସାହୁ, ଶ୍ରୀପତି ସାହୁ, ସାଗର ସାହୁ, ପଦ୍ମନାଭ ସାହୁ, ରିଙ୍କୁ ସାହୁ, ରାଜା ନନ୍ଦ ଓ ଠାକୁର ପାଣ୍ଡେ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.