pakka

୫ ଦଫା ଦାବୀରେ ଜିଲ୍ଲା କୃଷକ ମହାସଂଘର ଧାରଣା : ଜିଲ୍ଲା ପ୍ରଶାସନକୁ ୭ ଦିନର ମହଲତ

bbehera

-ଚାଷୀ ମାତିଲେ ସୁନା ଫଳିବ, ଚାଷୀ ତାତିଲେ ନିଆଁ ଜଳିବ – ମହାସଂଘ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ୫ ଦଫା ଦାବୀରେ ଜିଲ୍ଲା କୃଷକ ମହାସଂଘର ନେତୃତ୍ୱରେ ଜିଲ୍ଲା ସମସ୍ତ ଚାଷୀ ସଂଗଠନ ଏକ ହୋଇ ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ୨୦୨୧ ବର୍ଷର ଖରିଫ ଚାଷ ମରୁଡି ପଡିଥିବା ବେଳେ ଏହାର ବୀମାରାଶି ସହିତ ଏହାକୁ ମରୁଡି ଘୋଷଣା କରାଯାଇ ସାତ ଦିନ ମଧ୍ୟରେ ଚାଷିକୁଳଙ୍କୁ ପ୍ରଦାନ କରିବାକୁ ମହାସଂଘ ଦାବୀ କରିଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ଉର୍ଦ୍ଦେଶ୍ୟରେ ଏକ ୫ ଦଫା ସମ୍ମିଳିତ ଦାବୀପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଛି । ଧାରଣାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିକୁ ବିରୋଧ କରିବା ସହ ମହାସଂଘ କହିଛି ଯେ, କେବଳ ୩% ଜଳସେଚନରେ ମଧ୍ୟ ଏ ଅଂଚଳର ଚାଷୀ ନିଜ ରକ୍ତ ଝାଳରେ ଚାଷଜମି ସିଞ୍ଚି ଚାଷ କରୁଛି । ନା ପର୍ଯ୍ୟାପ୍ତ ମାତ୍ରାରେ ବିହନ ମିଳୁଛି ନା ମିଳୁଛି ସାର ଓ କୀଟନାଷକ । ତା ସତ୍ୱେ ଚାଷୀ ଯାହା କିଛି ଅମଳ କରିବାକୁ ସକ୍ଷମ ହେଉଛି ଶସ୍ୟ ବିକ୍ରୟ ସମୟରେ ତାହା ମଧ୍ୟ କଟନୀ ଛଟନିରେ ଯାଉଛି । ଆହୁରି କୋଉ ବର୍ଷ ମରୁଡି ତ କୋଉ ଥର ବଢି ଚାଷୀଙ୍କ ଉପରେ ଦାଉ ସାଧୁଛି । ଚାଷୀକୁଳ ନିଜ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇବା ପରେ ସରକାରଙ୍କ ନିଦ ଭାଙ୍ଗୁଛି । ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦି କିଛି ସହୟତା ଘୋଷଣା କରୁଛନ୍ତି, କିନ୍ତୁ ପ୍ରତିଶୃତି ପରେ ପ୍ରତାରଣା ପାଇବା ହିଁ ଚାଷୀର ଭାଗ୍ୟ ପାଲଟିଛି । ଚାଷୀକୁ ନାଁ ମିଳୁଛି ମରୁଡି ସହାୟତା ନା ମିଳୁଛି ଫସଲର ବୀମା ରାଶି । ପ୍ରତ୍ୟେକ ବର୍ଷ ଏହି କାହାଣୀର ପୁନାରାବୃତ୍ତି ଚାଲିଛି । କିନ୍ତୁ ଏଥର ଚାଷୀକୁଳଙ୍କ ଧର୍ଯ୍ୟ ଜବାବ ଦେଇ ସାରିଛି । ସରକାର ତଥା ପ୍ରଶାସନ ଠିକ ଜାଣିଥିବେ ଯେ, ବିଗତ ଦିନରେ ଚାଷୀ ଆନ୍ଦୋଳନ ଅନେକ ସରକାରଙ୍କ ମୂଳଦୁଆ ଦୋହଲାଇ ଦେଇଛି । ଚାଷୀ ମାତିଲେ ପଥୁରି ଜମିରେ ବି ସୁନା ଫଳିବ ଆଉ ଚାଷୀ ତାତିଲେ ରାଜ ରାସ୍ତାରେ ନିଆଁ ଜଳିବ, ଯାହାର ଅନେକ ଉଦାହରଣ ରହିଛି । ତେଣୂ ସରକାର ଛାଷୀକୁଳଙ୍କ ୫ ଦଫା ଦାବୀ ଯଥା ଆର୍ଥିକ ବର୍ଷ ୨୦୨୧ ଖରିଫ ଚାଷର କୃଷିବୀମା ରାଶି ଆଗାମୀ ସାତ ଦିନ ମଧ୍ୟରେ ପ୍ରଦାନ କରିବା, ବୀମା କମ୍ପାନୀ ନାକଚ କରିଥିବା ସମସ୍ତ ୧୮୦୨୯ ଚାଷୀଙ୍କୁ ବୀମା ରାଶି ପ୍ରଦାନ କରିବା , ୨୦୨୧ ଖରିଫ ଚାଷକୁ ମରୁଡି ଘୋଷଣା କରି ତୁରନ୍ତ ମରୁଡି ସହାୟତା ପ୍ରଦାନ କରିବା, ଚଳିତ ଖରିଫ ଚାଷ ସମୟରେ କଳାବଜାରୀ ରୋକିବା ପାଇଁ ଚାଷୀଙ୍କୁ ସରକାରୀ ମୂଲ୍ୟରେ ସାର ଯୋଗାଇ ଦେବା ସହ ଏକ ସ୍ୱତନ୍ତ୍ର ଦଳ ସାରା ଏହାର ତଦାରଖ କରିବା ଓ ଧାନକିଣା ନିତୀରେ ତୃଟିପୁର୍ଣ୍ଣ ସେଟେଲାଇଟ ସର୍ଭେ, ଧାନ ପଞ୍ଜିକରଣ ଓ ପ୍ଲଟ ଭେରିଫିକେସନ ବ୍ୟବସ୍ଥାକୁ ବାତିଲ କରାଯାଇ, କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ଧାନ କିଣିବା ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉ । ନଚେତ ଆଗାମୀ ଦିନରେ ଚାଷୀକୁଳ ଏହି ଆନ୍ଦୋଳନକୁ ବ୍ୟାପକ କରି ରାଜରାସ୍ତାକୁ ଓହ୍ଲାଇବ ବୋଲି ମହାସଂଘ ଚେତାବନୀ ଦେଇଛି । ଜିଲ୍ଲା କୃଷକ ମହାସଂଘର ସଭାପତି ଜତି ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି ଧାରଣାରେ ଉପସଭାପତି ସୌମେନ୍ଦ୍ର ପରିଚ୍ଛା, ସହ ସମ୍ପାଦକ ଗଗନ ନାଗ, ପ୍ରାଣକୃଷ୍ନ ପଣ୍ଡା, ସଇଁନ୍ତଳା ବ୍ଲକ ସଭାପତି ସତ୍ୟ ପଣ୍ଡା, ପାଟଣାଗଡ ବ୍ଲକ ସଭାପତି କୃଷ୍ଣଚନ୍ଦ୍ର ବନଛୋର, ପ୍ରେମ ଭୋଇ, ଜିଲ୍ଲା ସଂଗଠକ ଦୁଃଖୁ ସାହୁ, ପୁଇଁନ୍ତଳା ବ୍ଲକ ସଭାପତି ଯୋଗେଶ୍ୱର ଜେନା, ଖପ୍ରାଖୋଲ ଆବାହକ କନ୍ଦର୍ପ ସୁଆର, ଇନ୍ଦ୍ରମଣି ସାହୁ, ପାଟଣାଗଡ ସଂଗଠକ ଶୋଭାକର ସାହୁ, ଚାଷୀନେତା ଉତ୍ତମ ପଟେଲ, ବଳରାମ ବେହେରା, ରାଜ କିଶୋର ସାହୁ, ବଳରାମ ପୋଢ, ଦିନେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

twelve − 2 =