ଭିଜିଲାନ୍ସ ଜାଲରେ ଧରାପଡିଲେ ଫରେଷ୍ଟର

ବେଗୁନିଆ : ବେଗୁନିଆର ଫରେଷ୍ଟର୍‌ ଭିଜିଲାନସ୍‌ ହାତରେ ଧରା ପଡିଥିବା ବୋଲି ଖବର ମିଳିଛି । ବେଗୁନିଆର କୋଚିଆଖୋଲା ଗାଁର ଚୈତନ୍ୟ ମହାରଣା ହେଉଛନ୍ତି ଜଣେ କାଠ ବେପାରୀ । ଚୈତନ୍ୟଙ୍କ ଘରେ ବନ୍ୟଜାତ ସମ୍ପଦ ଆଇନ ବିରେଧୀ କାରବାରକୁ ନେଇ ଫରେଷ୍ଟର ଅକ୍ଷୟ କୁମାର ମୁଦୁଲି ଚଢଉ ଆରମ୍ଭ କରି ଚଢଉରେ କୌଣସି ବେଆଇନ ଜିନିଷ ପାଇ ନଥିଲେ । ଏହାପରେ ଫରେଷ୍ଟର ଏକ ମିଥ୍ୟା ମାମଲା ଚୈତନ୍ୟଙ୍କ ବିରୋଧରେ ଦାୟର କରି ବେଆଇନ ଭାବରେ ୫୦୦୦ ଟଙ୍କା ମାଗିଥିଲେ । ତେବେ ଚୈତନ୍ୟ ଏହାକୁ ନେଇ ଭିଜିଲାନସ୍‌ ଅଫିସରେ ଅଭିଯୋଗ କରିବାରୁ ଭିଜିଲାନ୍ସ ଟିମ୍‌ ଫରେଷ୍ଟରଙ୍କ ଅଫିସରେ ପହଂଚିଥିଲେ ଏବଂ ଫରେଷ୍ଟର ମୁଦୁଲିଙ୍କୁ ଚୈତନ୍ୟ ୫୦୦୦ ଟଙ୍କା ଦେବା ବେଳେ କାବୁ କରିଥିବା ଏସ୍‌ଡିପିଓ ସୁଶାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.