jsm

ତରବୋଡ ଠାରେ ରବି ଋତୁ ଧାନମଣ୍ଡି ଉଦ୍‌ଘାଟିତ

csstore

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ତରବୋଡ ଧାନମଣ୍ଡି ଠାରେ ଶୁକ୍ରବାର ତରବୋଡ ପ୍ରାଥମିକ କୃଷି ସମବାୟ ସମିତି ଦ୍ୱାରା ଧାନମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଧାନମଣ୍ଡିର ଶଭଭ ଉଦୟଘାଟନ କରିଥିଲେ । ଜିଲ୍ଲାରେ ପ୍ରଥମ ଉଠାଣ କରି ତରବୋଡ ଠାରେ ମଣ୍ଡି ଆରମ୍ଭ କରାଯାଇଛି । ଆସନ୍ତାକାଲି ଠାରୁ ଜିଲ୍ଲାର ସବୁମଣ୍ଡି ଖୋଲାଯିବ । ପ୍ରଥମ ଦିନରେ ୧୦ ଜଣ ଚାଷୀଙ୍କ ୪ ଶହ କ୍ୱିଣ୍ଟାଲ ୨୪ କିଲୋଗ୍ରାମ ଧାନ କ୍ରୟ କରାଯାଇଛି । ଗୌର ତୁଳସୀ, ବୀର ବଜରଙ୍ଗବଳି ଓ ହରେକୃଷ୍ଣ ରାଇସ ମିଲ୍‌ ଧାନ କିଣିଛି । ଏହି ସମୟରେ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ ରାଉତ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଆର୍ଯ୍ୟ କୁମାର ମୁଦୁଳି, ଏଆର୍‌ସି ଏସ୍‌ ଲଲିତ କୁମାର ବିଶ୍ଵାଳ, ଡିଆର୍‌ସିଏସ୍‌ କ୍ଷମା ମାଝି, ତରବୋଡ ସରପଞ୍ଚ ଶ୍ୟାମସୁନ୍ଦର ପୃଷ୍ଟି, ମାନିଗୁଡା ସରପଞ୍ଚ ଯୋଗେନ୍ଦ୍ର ବାଗ, ପ୍ରାଥମିକ କୃଷକ ସମବାୟ ସମିତି ସଭାପତି ହାଡୁ ପ୍ରଧାନ, ପେକ୍ସ କାର୍ଯ୍ୟ ନିର୍ବାହୀ ହେମ ସାଗର ସାହୁ, ରମେଶ ବନଛୋର, ରାକେଶ ପ୍ରଧାନୀ, ଥବିରାଜ ହଂସ, ଆର୍‌ଏମ୍‌ସି କର୍ମଚାରୀ ବାସୁ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.