ପାଟଣାଗଡ଼ ଏଚ୍‌ପି ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁଇ ବାଇକ ମୁହାଁମୁହିଁ ଧକ୍କା : ୧ ମୃତ, ୩ ଗୁରୁତର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ରାମପୁର ସ୍ଥିତ ଏଚ୍‌ପି ପେଟ୍ରୋଲ ପମ୍ପ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା । ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିବା ଜଣାପଡିଛି । ମୃତ ଜଣକ ହେଲେ ଉଲବା ଗାଁର ଭଜ ଧରୁଆ । ଗୁରୁତର ହୋଇଥିବା ଯୁବକ ଉଲବା ଗାଁର ରାଜେଶ ଭୁଏ, ତୁଲସୀଡୁଙ୍ଗୁରିର ଅଜିତ ମାଝି ଓ ବଲଦେବ ଭୋଇ । ସୂଚନା ଅନୁସାରେ, ଗତକାଲି ରାତ୍ରି ୧୦ଟାରେ ପାଟଣାଗଡ଼ ପଟୁ ଉଲବା ଗାଁର ଭଜ ଧରୁଆ ଓ ରାଜେଶ ଭୁଏ ଏକ ବାଇକ୍‌ରେ ନିଜ ଘର ଉଲବାକୁ ଫେରୁଥିଲେ । ବିପରୀତ ଦିଗରୁ ବଲାଙ୍ଗିର ପଟୁ ତୁଲସୀଡୁଙ୍ଗୁରିର ଅଜିତ ମାଝି ଓ ବଲଦେବ ଭୋଇ ଆସୁଥିବା ସମୟରେ ପାଟଣାଗଡ଼ ରାମପୁର ସ୍ଥିତ ଏଚ୍‌ପି ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ହିଁ ଭଜ ଧରୁଆଙ୍କ ମୃତ୍ୟୁ ହୋଇଥିଲା । ରାଜେଶ, ଅଜିତ ଓ ବଲଦେବକୁ ଗୁରୁତର ଅବସ୍ଥାରେ ଅଗ୍ନିଶମ ବାହିନୀ ଉଦ୍ଧାର କରି ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ସେମାନଙ୍କ ପ୍ରାଥମିକ ଚିକିତ୍ସା ପରେ ୩ ଜଣଙ୍କୁ ବଲାଙ୍ଗିର ସ୍ଥାନାନ୍ତରିତ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.