pakka

ପରିବା ବୋଝେଇ ଅଟୋକୁ ଧକ୍କା ଦେଲା ଟ୍ରକ : ୧ ମୃତ, ୨ ଗୁରୁତର

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା ହୁମ୍ମା ଗଳାଶଙ୍ଖଠାରେ ଆଜି ସକାଳ ଛଅଟାରେ ଏକ ପରିବା ବୋଝେଇ ଡାଲା ଅଟୋର ପଛକୁ ଟ୍ରକ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଡାଲା ଅଟୋରେ ବସିଥିବା ଜଣେ ମହିଳାଙ୍କ ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ମହିଳା ଓ ଅଟୋ ଡ୍ରାଇଭର ଗୁରୁତର ହୋଇଥିବା ଜଣାପଡିଛି । ମୃତ ମହିଳା ଜଣକ ହେଲେ ଅଲାଡିଆଁ ଗ୍ରାମର ସାବିତ୍ରୀ ବେହେରା ଏବଂ ଆହତ ହୋଇଥିବା ମହିଳା ଶୁଶିଳା ବେହେରା ଓ ଡ୍ରାଇଭର ଗଜପତି ବେହେରା । ମିଳିଥିବା ସୂଚନା ପ୍ରକାରେ ପୁରୁଷୋତ୍ତମପୁର ବ୍ଲକ ଅଞ୍ଚଳରୁ ପନିପରିବା ବୋଝେଇ ଡାଲା ଅଟୋ ଗଞ୍ଜାମ ଆସୁଥିବା ବେଳେ ବାଲି ବୋଝେଇ ଟ୍ରକ ଗଳାଶଙ୍ଖଠାରେ ଧକ୍କା ଦେଇଥିଲା । ଏଥିରେ ମହିଳାଙ୍କ ମୁଣ୍ଡ ଟ୍ରକ ଓ ଅଟୋ ମଧ୍ୟରେ ଫସି ଯାଇଥିଲା । ହୁମା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

5 × 5 =