csstore

ଋଷିକୂଲ୍ୟା ମୁହାଁଣ ସମୁଦ୍ର ବେଳାଭୂମି ସଫେଇ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଅଲିଭ ରିଡ଼ଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷିତ ଗଣ ଅଣ୍ଡାଦାନ ଓ ପରିବେଶ ସୁରକ୍ଷାକୁ ନେଇ ଋଷିକୂଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ସ୍ଵଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ବ୍ଲକ ଅନ୍ତର୍ଗତ ବଟେଶ୍ୱର ଶୈବପୀଠ ନିକଟସ୍ଥ ସମୁଦ୍ର ବେଳାଭୂମି ଓ ଶୈବପୀଠଠାରୁ ସମୁଦ୍ର ବେଳାଭୂମିର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଗଞ୍ଜାମ ସହରର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଦିଗଦର୍ଶନ ୟୁଥକ୍ଳବ, ରମ୍ଭା ଗାୟତ୍ରୀ ଶକ୍ତିପୀଠ ଓ ବନବିଭାଗର ମିଳିତ ଆନୁକୂଲ୍ୟରେ ଗତକାଲି ପୂର୍ବାହ୍ନରେ ଦୁଇ ଘଣ୍ଟା ଶ୍ରମଦାନ କରାଯାଇ ପଲିଥିନ, ଛିଣ୍ଡା ଚପଲ, ଛିଣ୍ଡା ଜାଲ, ଅଳିଆ, ଆଇସକ୍ରିମ ଓ ବିଭିନ୍ନ ଖାଦ୍ୟ ଖୋଳକୁ ନେଇ ଖୋଲା ସ୍ଥାନରେ ପୋଡି ନଷ୍ଟ କରି ଦିଆଯାଇଥିଲା । ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ପରିବେଶ ସ୍ଵଛ ରଖିବାକୁ ସଚେତନତା କରାଯାଇଥିଲା । ଦିଗଦର୍ଶନ ୟୁଥ କ୍ଳବ ସଭାପତି ଉମାକାନ୍ତ ବେହେରା, ସମ୍ପାଦିକା ବିଜୟଲକ୍ଷ୍ମୀ ମହାଙ୍କୁଡ଼, ଗାୟତ୍ରୀ ଶକ୍ତିପୀଠ ପକ୍ଷରୁ ପଞ୍ଚାନନ ଖଟୁଆ, ରାଜେନ୍ଦ୍ର କୁମାର ଜେନା, ଲମ୍ବୋଦର ମହାନ୍ତି, ଉଦୟ ନାଥ ତରାଇ, ଶେଷଦେବ ବେହେରା, ଉମାକାନ୍ତ ସାହୁ, ତାରକେଶ, ବନବିଭାଗ ପକ୍ଷରୁ ବି.କ୍ରୀଷ୍ଣା, ରାଜେଶ କୁମାର ବେହେରା, ଜି. କ୍ରୀଷ୍ଣା, ପି.ସୋମନାଥ ରାଓ, କୁନା ବେହେରା, ପ୍ରକାଶ କୁମାର ସାହୁ, ଦୀନବନ୍ଧୁ ବେହେରା, ଆଶୀର୍ବାଦ ବେହେରା, ଡ଼ବ୍ଲ୍ୟୁ.କେଦାର, ବି.ବାବାଜୀ,ଏମ୍.ହୀମେଶ ପ୍ରମୁଖ ଏହି ସ୍ଵଛତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.