pakka

ଶିକ୍ଷା ଉପରେ ଗୁରୁତ୍ୱ ଦେବାକୁ ଅଭିଭାବକ ସଂଘର ଦାବୀ

bbehera

ନୂଆପଡା, (ନିରାକାର ମେହେର) : ଆଉ କମ୍‌ ଦିନ ଭିତରେ ହେବ ପଂଚାୟତ ନିର୍ବାଚନ । ଯେଉଁ ପ୍ରାର୍ଥୀମାନେ ଚଳିତ ନିର୍ବାଚନ ଲଢୁଛନ୍ତି ସେଇ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନଙ୍କୁ ନିଜ ପଂଚାୟତର ଶିକ୍ଷା କ୍ଷେତ୍ରରେ ବିକାଶ ଆଣିବା ପାଇଁ ଗ୍ରାମବାସୀ ପ୍ରାର୍ଥୀମାନଙ୍କୁ ଶପଥ କରାନ୍ତୁ ବୋଲି ଓଡିଶା ଅଭିଭାବକ ସଂଘ ପ୍ରେସ ବାର୍ତ୍ତା ଦେଇଛନ୍ତି । ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କଠାରେ ଶିକ୍ଷା କ୍ଷେତ୍ରରେ ଥିବା ୫ ଗୋଟି ସର୍ତ୍ତ ରଖିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି । ଏନେଇ ଆଜି ନୂଆପଡା ଜିଲ୍ଲା ଖଡ଼ିଆଳଠାରେ ଓଡିଶା ଅଭିଭାକ ସଂଘର ଚେୟାରମ୍ୟାନ ବାସୁଦେବ ଭଟ୍ଟ ପ୍ରେସ ବାର୍ତ୍ତାରେ ପ୍ରକାଶ କରିଛନ୍ତି । ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ନିକଟରେ ଗ୍ରାମବାସୀ ପକ୍ଷରୁ ନିଜ ୫ ଗୋଟି ଦାବୀ ରଖିବା ପାଇଁ ସଂଘ ପ୍ରକାଶ କରିଛି ଏହା ମଧ୍ୟରେ ପଂଚାୟତରେ ବନ୍ଦ ହୋଇ ପଡିଥିବା ସ୍କୁଲକୁ ଖୋଲିବା ଓ କୌଣସି ଶିଶୁ ନିଜ ଶିକ୍ଷାଗ୍ରହଣରୁ ଯେପରି ବଂଚିତ ନ ହେବେ, ବେସରକାରୀ ସ୍କୁଲରେ ଗରିବ ଶିଶୁ ମାଗଣା ଶିକ୍ଷାଦାନ ପାଇବାରେ ଅଭିଭାବକଙ୍କୁ ସହଯୋଗ କରିବା ସହ ଛାତ୍ର ଛାତ୍ରୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଭଳି ୫ ଗୋଟି ପ୍ରତିଶୃତିର ଏକ ଶପଥ ପତ୍ର ଜାରି କରିଛି । ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ବିଜୟ ପରେ ଏହି ଦାବୀ ପୂରଣ ନକଲେ ନିଜ ପଦରୁ ଇସ୍ତଫା ଦେବା ପାଇଁ ଶପଥ କରାନ୍ତୁ ଯେଉଁ ପ୍ରାର୍ଥୀ ଶପଥ ନେଉଛି ତାକୁ ଗ୍ରାମବାସୀ ସମର୍ଥନ ଜଣାନ୍ତୁ ବୋଲି ସଂଘ ପ୍ରକାଶ କରିଛି । ନିର୍ବାଚିତ ପ୍ରତିନିଧିମାନେ ନିଜ ପଂଚାୟତରେ ଶିକ୍ଷା କ୍ଷେତ୍ରକୁ ଗୁରୁତ୍ୱ ଦେଇ କାର୍ଯ୍ୟ କଲେ ଶିକ୍ଷା କ୍ଷେତ୍ରରେ ବିକାଶ ହେବ ବୋଲି ସଂଘ ପ୍ରକାଶ କରିଛି ।

jay balangir
Leave A Reply

Your email address will not be published.

10 + seven =