pakka

ଦୁଇ ବାଇକ ମୁହାଁମୁହିଁ ଧକ୍କା : ୧ ଆହତ, ୧ ଗୁରୁତର

bbehera

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଗୋନ୍ଦିଆ ବ୍ଲକ ଜୋରନ୍ଦା ଗାଁ ମୁଣ୍ଡ ଟର୍ଣ୍ଣିଙ୍ଗ୍‌ରେ ଘଟିଯାଇଛି ଏକ ସଡ଼କ ଦୁର୍ଘଟଣା । ସୂଚନା ଥାଉକି ଖଙ୍କର ଗ୍ରାମର ନାରାୟଣ ସେଠିଙ୍କ ପୁତ୍ର ସୋମ୍ୟରଂଜନ ସେଠି (୩୨) ଓ ବଜୁରିଆ ଗ୍ରାମର ବୈରାଗୀ ପ୍ରଧାନଙ୍କ ପୁତ୍ର ସୁନି ପ୍ରଧାନ (୨୬) ଉଭୟ ପାର୍ଶ୍ୱରୁ ମୋଟର ସାଇକେଲ ଯୋଗେ ଆସୁଥିଲେ ଓ ଟର୍ଣ୍ଣିଙ୍ଗ୍‌ ପଏଣ୍ଟରେ ଭାରସାମ୍ୟ ହରାଇ ଗାଡି ଦୁଇଟି ମୁହାଁମୁହିଁ ଧକ୍କା ହୋଇଥିଲେ । ଫଳରେ ଉଭୟ ଗୁରୁତର ହୋଇପଡିଥିଲେ । ତୁରନ୍ତ ୧୦୮ ଆମ୍ବୁଲାନ୍ସ ପହଂଚି ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ ।

jay balangir
Leave A Reply

Your email address will not be published.

2 × four =

error: Content is protected !!