ପାଟଣାଗଡ଼ ଗଡଜାତର ଐତିହାସିକ ପ୍ରସିଦ୍ଧ ଦଶହରା ପର୍ବ : ଆଜି ମା’ ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ

ପାଟଣାଗଡ, (ଗୋରେଖନାଥ ବରିହା) : ଐତିହ୍ୟ ଗଡଜାତ୍ୟ ପାଟଣାଗଡ଼ର ଦଶହରା ପୂର୍ବ ଏକ ନିଆରା ପରମ୍ପରା ଏବଂ ଦୈବଶକ୍ତି ସମ୍ପର୍ଣ୍ଣ ଐତିହାସିକ ପ୍ରସିଦ୍ଧ ବଏଲଯାତ୍ରା ଭାବେ ପ୍ରାୟ ଦୀର୍ଘ ବର୍ଷ ଧରି ରାଜା ରାଜୁଡା ଅମଳରୁ ନୀତିକାନ୍ତି ପରମ୍ପରା ଅନୁଯାୟୀ ପାଳିତ ହୋଇଆସିଛି । ଆଶ୍ଵିନ ତା ୧୭/୯ ମୂଳାଷ୍ଟମୀ ଦିନଠାରୁ ଦେବୀ ଉତ୍ଥାନ, ଷୋଡଶ ପୂଜା ମା’ ପାଟଣେଶ୍ଵରୀ ଓ ମା’ ସମଲେଶ୍ଵରୀଙ୍କ ମହାସ୍ନାନ, ଖଣ୍ଡାଧୂଆ, କୁମ୍ଭ ସ୍ଥାପନ, ମହାଦୀପ, ସଂକଳ୍ପ, ପଞ୍ଚଗବ୍ୟ, ରକ୍ଷାକବଚ ଆଦି ବିଧି କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଥିବା ବେଳେ ପାଟଣା ମହାରାଜାଙ୍କ ରାଜଖମାରୁ ମା’ ଦଶମତୀଙ୍କ ପୂଜାର୍ଚ୍ଚନା ପରେ ମହାରାଜା କନକ ବର୍ଦ୍ଧନ ସିଂ ଦେଓ ପାଟରାଣୀ ସଂଗୀତା କୁମାରୀ ସିଂଦେଓ ମା’ ଦଶମତୀଙ୍କ ପାଖରେ ପୂଜା କାର୍ଯ୍ୟ ରାଜପୁରୋହିତଙ୍କ ଦ୍ଵାର କରାଯିବା ପରେ ଗୁଆଁ ଚାଉଳ ନିମନ୍ତ୍ରଣ ସହ ବରୁଆ ବରଣ, ପାଟ ସିନ୍ଦୁର ଆଣିବା ଆଦି ବିଧି କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଆଜି ମା’ଙ୍କ ପବିତ୍ର ମହାଳୟା । ପାଟଣାଗଡ଼ର ମା’ ସମଲେଇଙ୍କ ଧବଳମୁଖୀ ବେଶ ସ୍ୱଭାବତଃ ମା’ଙ୍କ ବର୍ଣ୍ଣ ଲୋହିତ ହୋଇଥିବା ବେଳେ ଆଜି କିନ୍ତୁ ମା’ ଶ୍ୱେତ ବର୍ଣ୍ଣ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ବାଗ୍‌ଦେବୀ ସରସ୍ୱତୀ ତଥା ସର୍ବ ପାପହାରିଣୀ ମା’ ଗଙ୍ଗାଙ୍କ ବେଶ ବୋଲି ଧବଳମୁଖୀ ବେଶକୁ ଭକ୍ତମାନେ ଗ୍ରହଣ କରନ୍ତି । ଆଜି ମା’ଙ୍କୁ ଦର୍ଶନ କଲେ ଗଂଙ୍ଗା ଦର୍ଶନର ପୁଣ୍ୟ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି ବୋଲି ଭକ୍ତମାନେ ପ୍ରକାଶ କରିଛନ୍ତି । ତେବେ ବେଶ ଉତ୍ସାହ ଉଦ୍ଦୀପନା ସହ ଆଜି ମା’ଙ୍କୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଦର୍ଶନ କରିଛନ୍ତି । ପାଟଣାଗଡର ଦଶହରା ବଏଲ ଯାତ୍ରା ଏକ ଅନ୍ୟାନ୍ୟ ତନ୍‌ମଧ୍ୟରୁ ପାଟଣାଗଡ଼ର ଆଜି ମା’ ସମଲେଶ୍ଵରୀଙ୍କ ଝାରବଏଲ, ସଂକଳ୍ପ, ଯନ୍ତ୍ର, କୁଆଁରି ବଷା ଆଜି ଅନୁଷ୍ଠିତ ହେବା । ଆସନ୍ତାକାଲି ମା’ ପାଟେଣେଶ୍ଵରୀଙ୍କ ଝାର ବଏଲ ଅନୁଷ୍ଠିତ ହେବ । ଯାହାକି ପାଟଣାଗଡ ବ୍ୟତୀତ ଅନ୍ୟ କେଉଁଠାରେ ଦେଖିବାକୁ ମିଳିନଥାଏ । ଉଭୟେ ମା’ ସମଲେଶ୍ଵରୀ ବରୁଆ ଦେହରୁ ଆର୍ବିଭାବ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ଗତ ଦୁଇ ବର୍ଷ ହେବ କରୋନା କଟକଣା ଯୋଗୁଁ ମା’ଙ୍କ ଦର୍ଶନ ପାଇପାରିନଥିବା ବେଳେ ଏବର୍ଷ କଟକଣା କୋହଲ ଥିବାରୁ ଭକ୍ତମାନଙ୍କର ସମାବେଶରେ ପ୍ରବଳ ଭିଡ଼ ପରଲିକ୍ଷିତ ହେବାର ସମ୍ଭାବନା ରହିଛି । ଆଜି ରାତିରେ ମା’ ସମଲେଶ୍ଵରୀଙ୍କ ଅନୁଷ୍ଠିତ ହେବାକୁ ଥିବା ଝାରବଏଲ ଯାତ୍ରା ଦେଖିବାକୁ ଶ୍ରାଦ୍ଧାଳୁ ମାନଙ୍କ ମନରେ ବେଶ ଉତ୍କଣ୍ଠା ଉତ୍ସାହ ଭାବ ଭକ୍ତି ଜାଗ୍ରତ ହେଉଥିବା ଦେଖିବାକୁ ମିଳିଛି । ଆସନ୍ତା କାଲି ମା’ ପାଟଣେଶ୍ଵରୀଙ୍କ ଝାରବଏଲ ଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଆଶ୍ଵିନ ମହାଷ୍ଟମୀ ତା ୨/୧୦/୨୦୨୨ ଖଣ୍ଡାପୂଜା, ହୋମ ଷୋହଳ ପୂଜା ସହ ତା ୩/୧୦/୨୦୨୨ ଦିନ ମହାନବମୀ ବଏଲଯାତ୍ରା ଅନୁଷ୍ଠିତ ହେବ ।

Leave A Reply

Your email address will not be published.

sixteen + twelve =

error: Content is protected !!