ଶୁରୁ ମିତ୍ର ଚେରିଟେବୁଲ ଫାଉଣ୍ଡେସନ୍‌ ପକ୍ଷରୁ ହସ୍‌ପିଟାଲ ପରିସରରେ ରନ୍ଧାଖାଦ୍ୟ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶୁରୁ ମିତ୍ର ଚେରିଟେବୁଲ ଫାଉଣ୍ଡେସନ୍‌ ‘ମିତ୍ର ରୋଟି ବ୍ୟାଙ୍କ’ ପକ୍ଷରୁ ଆଜି ମଧ୍ୟାହ୍ନରେ ରୋଗୀମାନଙ୍କ ପରିଜନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । ଏଥିରେ ଫାଉଣ୍ଡେସନର କର୍ମକର୍ତ୍ତାମାନେ ଉପସ୍ଥିତ ରହି ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ପରିସରରେ ଖାଦ୍ୟ ବଣ୍ଟନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଶୁରୁ ମିତ୍ର ଚେରିଟେବୁଲ ଫାଉଣ୍ଡେସନ୍‌ ପକ୍ଷରୁ ଏଭଳି ସେବାମୂଳକ ପଦକ୍ଷେପ ନିଆଯାଉଥିବା ବେଳେ ସମ୍ପୃକ୍ତ ଫାଉଣ୍ଡେସନ୍‌କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.

20 − 4 =

error: Content is protected !!