ରାଜ ଜାଲଙ୍କ ପାଇଁ ସହଯୋଗର ହାତ ବଢାଇଲେ ପୌର ପରିଷଦର ପୌରାଧ୍ୟକ୍ଷାଙ୍କ ସମେତ କାଉନ୍‌ସିଲର ମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଠିକାଦାରପଡାର ରାଜ ଜାଲ (୨୫) ଯିଏ କି କରୋନା ମହାମାରୀ ସମୟରେ ଅନ୍ୟମାନଙ୍କ ପାଇଁ ଦେବଦୂତ ସାଜି ଅସହାୟଙ୍କ ମୁହଁରେ ହସ ଫୁଟାଇବା ପାଇଁ ପ୍ରୟାସ କରିଥିଲେ । ଆଜି ସେ କ୍ୟାନସର୍‌ରେ ଆକ୍ରାନ୍ତ ହୋଇ କଟକ ମେଡିକାଲ୍‌ରେ ଚିକିତ୍ସାଧୀନ । ତାଙ୍କ ଚିକିତ୍ସା ପାଇଁ ୨୫ ଲକ୍ଷ ଟଙ୍କା ଦରକାର ଅଛି । ରାଜାଙ୍କ ଚିକିତ୍ସା ପାଇଁ ସୋସିଆଲ୍‌ ମିଡିଆରେ ସହାଯ୍ୟ କରିବା ପାଇଁ ଅନୁରୋଧ କରାଯାଇଥିବା ବେଳେ ଆଜି ବଲାଙ୍ଗିର ପୌରପରିଷଦର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ସମତେ ପୌରାଂଚଳ ଅନ୍ତର୍ଗତ ୱାର୍ଡର କାଉନ୍‌ସିଲର୍‌ମାନେ ରାଜାଙ୍କ ଘରକୁ ଯାଇ ଆର୍ଥିକ ସହାୟତା କରିଥିଲେ ।

Leave A Reply

Your email address will not be published.

eleven + 15 =