ଭେଉଁରିଆ ଗ୍ରାମର ଚାଷୀମାନେ ଉପଜିଲ୍ଲାପାଳ ଓ ଜିଲ୍ଲା କୄଷି ଅଧିକାରୀଙ୍କୁ ଲିଖିତ ଭାବେ ଦେଲେ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ମହାମାରୀ ମଣିଷର ଆର୍ଥିକ ମେରୁଦଣ୍ଡକୁ ମଧ୍ୟ ପ୍ରଭାବିତ କରିଛି । କୄଷି କ୍ଷେତ୍ରରେ ସରକାରଙ୍କ କଟକଣା କୋହଳ ହେବାପରେ ଚାଷୀମାନେ ବହୁ ଉତ୍ସୁକତା ସହ ଚାଷ କାମରେ ଲାଗିପଡିଥିଲେ । ସମବାୟ ସମିତି ଏବଂ ଅନ୍ୟ ସୂତ୍ରରୁ ଧାର କରଜ କରି ଚାଷୀମାନେ ଚାଷ କରିଛନ୍ତି । ହେଲେ ଚଳିତ ବର୍ଷ ଅଦିନିଆ ଅଧିକ ବର୍ଷା ଓ ପାଗ ଚାଷ ପାଇଁ ଅନୁକୂଳ ହୋଇ ନଥିବାରୁ ବର୍ତ୍ତମାନ ଧାନ ଫସଲ ବିଭିନ୍ନ ରୋଗପୋକ ଦ୍‌ଦ୍ୱାରା ଆକ୍ରାନ୍ତ ହୋଇ ନଷ୍ଟ ହେଉଛି । ରୋଗପୋକ ଦମନ ପାଇଁ ଚାଷୀମାନେ ବଜାରରୁ ବହୁ ମୂଲ୍ୟରେ କୀଟନାଶକ କିଣି ସିଞ୍ଚନ କଲେ ମଧ୍ୟ କୌଣସି ସୁଫଲ ମିଳୁନାହିଁ । କେବଳ କୀଟନାଶକ ଦୋକାନୀ ଅର୍ଥ ଉପାର୍ଜନ କରୁଛନ୍ତି । ରୋଗପୋକ ଆକ୍ରାନ୍ତ ଯୋଗୁଁ ଚଲିତ ବର୍ଷ ଏକ ଚତୁର୍ଥାଂଶ ଫସଲ ଅମଲ ହେବ ନା ନାହିଁ, ଦ୍‌ଦ୍ୱନ୍ଦରେ ଚାଷୀ । ରୋଗପୋକ ଦମନ ପାଇଁ କୌଣସି ବ୍ୟବସ୍ଥା କରା ନଗଲେ ଆଗାମୀ ଦିନରେ ସମବାୟ ସମିତିରୁ ଆଣିଥିବା ୠଣ ପରିଶୋଧ କରିବା ପାଇଁ ମଧ୍ୟ ଅକ୍ଷମ ହେବେ ବୋଲି ଚାଷୀମାନେ ବୋଲି ଅଭିଯୋଗ କରିଛନ୍ତି । ଏହି ସବୁ ଅଭିଯୋଗ ନେଇ ପଦ୍ମପୁର ବ୍ଲକ ଭେଉଁରିଆ ଗ୍ରାମର ଚାଷୀମାନେ ଆଜି ପଦ୍ମପୁର ଉପଜିଲ୍ଲାପାଳ ଓ ଜିଲ୍ଲା କୄଷି ଅଧିକାରୀଙ୍କୁ ଲିଖିତ ଭାବରେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.