ଲଉଡିଦରହା ପଞ୍ଚାୟତରେ ବୃକ୍ଷ ରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଲଉଡିଦରହା ଗ୍ରାମ ପଞ୍ଚାୟତର ଗୌଡ଼ମାଲ, କୁର୍ମା ଗ୍ରାମରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଲଉଡିଦରହା ଢେରାଖାପ ଛକ ଠାରୁ ୫କିମି କୁର୍ମା ଗ୍ରାମର ରାସ୍ତା ଉଭୟ ପାର୍ଶ୍ଵରେ ବୃକ୍ଷ ରୋପଣ କରାଯାଇଛି। ମନରେଗା ଯୋଜନା ଅନ୍ତର୍ଭୁକ୍ତ ଏହି ବୃକ୍ଷ ରୋପଣ କାର୍ୟ୍ୟକ୍ରମରେ ଛତିଆନା, ନିମ୍ବ, କରଞ୍ଜ, ଶିଶୁ, କୃଷ୍ନଚୁଡା ଆଦି କିସମର ବୃକ୍ଷ ଲଗା ଯାଇଥିଲା । ବନରକ୍ଷୀ ଝରଣା ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାଵଧାନରେ ଏହି ବୃକ୍ଷରୋପଣ କାର୍ୟ୍ୟ ତ୍ୱରାନ୍ୱିତ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବନପାଳ ଲବ ସାହୁ, କିଶୋର ସାମଲ, ଜ୍ୟୋତିରଞ୍ଜନ ଜଗତ, ସୁଶାନ୍ତ ସିଂ, ଶୁକୃ ବାଗ ତଥା ଅନେକ ସ୍ୱେଚ୍ଛସେବୀ ସହଯୋଗ ପ୍ରଦାନ କରିଥିଲେ ।

Leave A Reply

Your email address will not be published.