pakka

ବିଶିଷ୍ଟ ଶତାୟୁ ଚାଷୀ ଗୋବିନ୍ଦ ପ୍ରଧାନଙ୍କ ଦେହାନ୍ତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତ ଧାରୋଲ ଗ୍ରାମର ବିଶିଷ୍ଟ ଶତାୟୁ ଚାଷୀ ତଥା ସମାଜସେବୀ ଗୋବିନ୍ଦ ପ୍ରଧାନଙ୍କ ଗତକାଲି ଘ୧୨.୫୪ ମି ସମୟରେ ଧାରୋଲ ସ୍ଥିତ ନିଜ ବାସ ଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୮ ବର୍ଷ ବୟସ ହେଉଥିଲା । ସ୍ୱର୍ଗତ ପ୍ରଧାନ ଜଣେ ଆଦର୍ଶ ଚାଷୀ, ସମାଜସେବୀ, ଧର୍ମ ପରାୟଣ ବ୍ୟକ୍ତି ପରୋପକାରୀ ମିଷ୍ଟଭାଷୀ ଥିବା ବେଳେ ସେ ଶିକ୍ଷାକୁ ବହୁତ ଗୁରୁତ୍ୱ ଦେଉଥିଲେ । ସ୍ୱର୍ଗତ ପ୍ରଧାନ ତାଙ୍କର ମୁଖ୍ୟ ଜୀବିକା ଭାବେ ଚାଷ କାମକୁ ଆଦରି ନେଉଥିବା ବେଳେ ଅଞ୍ଚଳରେ ଜଣେ ଆଗୁଆ ଚାଷୀ ଭାବେ ବେଶ୍‌ ଜଣାଶୁଣା ହୋଇ ପାରିଥିଲେ । ତାଙ୍କ ପଛରେ ପାଞ୍ଚ ପୁଅ ଓ ଚାରି ଝିଅ ସହ ନାତି ନାତୁଣୀ ସ୍ତୁତିକୁ ଛାଡି ଚାଲି ଯାଇଛନ୍ତି । ସ୍ଵର୍ଗତ ପ୍ରଧାନଙ୍କ ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ଅଞ୍ଚଳ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସ ଭବନକୁ ଯାଇଥିଲେ । ଗ୍ରାମର ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ କରାଯାଇଥିବା ବେଳେ ତାଙ୍କର ମଧ୍ୟମା ପୁଅ ବେଣୀଧର ପ୍ରଧାନ ମୁଖାଗ୍ନି ଦେଇଥିଲେ । ବିଶିଷ୍ଟ ଶତାୟୁ ଚାଷୀ ଶ୍ରୀ ପ୍ରଧାନଙ୍କ ଦେହାନ୍ତରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ପୁରୋହିତ ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.

13 − three =