pakka

୨ ସ୍ୱାମୀଙ୍କୁ ଛାଡ଼ି ତୃତୀୟ ପୁରୁଷ ସହ ପଳେଇଲା ପତ୍ନୀ, ପତ୍ନୀକୁ ଖୋଜିବାକୁ ପୋଲିସ ପାଖରେ ପହଂଚିଲେ ୨ ସ୍ୱାମୀ

bbehera

ନାଗପୁର : ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ଏପରି ଏକ ମାମଲା ସାମ୍ନାକୁ ଆସିଥିଲା, ଯାହା ଶୁଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି । ଜିଲ୍ଲାର ଭରୋସା ପୋଲିସ ଷ୍ଟେସନ ନିକଟରେ ଦୁଇ ଜଣ ବ୍ୟକ୍ତି ପୋଲିସ ପାଖରେ ପହଞ୍ଚି ତାଙ୍କ ପତ୍ନୀଙ୍କୁ ଖୋଜିବା ପାଇଁ ନିବେଦନ କରିଥିଲେ । ପ୍ରଥମେ ପୋଲିସ ଭାବିଥିଲା ​​ଯେ, ଏହି ନିଖୋଜ ଦୁଇ ପତ୍ନୀ ଅଲଗା ଅଲଗା ଅଟନ୍ତି । କିନ୍ତୁ ଯେତେବେଳେ ଜଣେ ମହିଳା ୨ ଅଭିଯୋଗକାରୀଙ୍କ ପତ୍ନୀ ବୋଲି ଜଣାପଡ଼ିଲା, ସେତେବେଳେ ପୋଲିସର ହୋସ୍‌ ଉଡ଼ିଗଲା । ମହିଳା ଜଣକ ବର୍ତ୍ତମାନ ତୃତୀୟ ପ୍ରେମିକ ସହିତ ଫୋରାର୍‌ ହୋଇଯାଇଥିବା ଜଣାପଡ଼ିଛି । ମହିଳା ଜଣକ ନିଜ ଜନ୍ମସ୍ଥାନକୁ ଯିବା ବାହାନାରେ କିଛି ଦିନ ପୂର୍ବରୁ ତାଙ୍କ ଦ୍ୱିତୀୟ ସ୍ୱାମୀଙ୍କ ଘରୁ ବାହାରି ଯାଇଥିଲେ ଏବଂ ସେବେଠାରୁ ତାଙ୍କର କୌଣସି ପତ୍ତା ମିଳି ନଥିଲା । ସୋସିଆଲ ମିଡିଆ ଜରିଆରେ ସେ ଜଣେ ତୃତୀୟ ବ୍ୟକ୍ତିଙ୍କ ସହ ପ୍ରେମ ସଂପର୍କ ରଖିଥିବା ଜଣାଯାଇଛି ।

Leave A Reply

Your email address will not be published.

20 + one =