pakka

‘ସଚେତନ ହେମା’ ଅନୁଷ୍ଠାନ ପକ୍ଷରୁ ଲୋକକଳା ଦିବସ ପାଳିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଥିବା କଳା ସଂସ୍କୃତିର ଅଗ୍ରଣୀ ଅନୁଷ୍ଠାନ ‘ସଚେତନ ହେମା’ ପକ୍ଷରୁ ଲୋକକଳା ଦିବସ ପାଳିତ ହୋଇଯାଇଛି । ଉକ୍ତ ଅବସରରେ ନାଟ୍ୟକାର ରାଜକୁମାର ସାହୁ ଜନ ଜୀବନର ସରଳ ଅଭିବ୍ୟକ୍ତି ହିଁ ଲୋକକଳା ବୋଲି କହିବା ସହ ଲୋକକଳାର ସମାଜ ପ୍ରତି ଅବଦାନକୁ ବଖାଣି ଥିଲେ । ନିମନ୍ତ୍ରିତ ରସିକ ବରିହା ଧୁନକେଲ ଗୀତ, ଘନଶ୍ୟାମ ଭୋଇ ହଲିଆ ଗୀତ, ହୁମୋ ଗୀତ ଆଦି ପରିବେଷଣ କରାଯାଇଥିଲା । ଅନୁଷ୍ଠାନର ଘନଶ୍ୟାମ ସାହୁ, ଜୟନ୍ତ ସାହୁ, ଇନ୍ଦ୍ରମଣି ସାହୁ, ହେମନ୍ତ ମହାକୁଡ଼, କୁଳମଣି ପଶାୟତ ଆଦି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଲୋକକଳା ବଞ୍ଚିଲେ ଭାଷା, ସାହିତ୍ୟ ଓ ସଂସ୍କୃତି ବଂଚିବ । ଲୋକକଳାକୁ ବଞ୍ଚାଇବାକୁ ଏବର୍ଷ ମଧ୍ୟ ଲୋକକଳା ମହୋତ୍ସବ ଆୟୋଜନ କରାଯିବ ବୋଲି ନିର୍ଦେଶକ ରାଜକୁମାର ସାହୁ ପ୍ରକାଶ କରିଥିଲେ ।

Leave A Reply

Your email address will not be published.

fifteen − eleven =