ଆଚାର୍ଯ୍ୟ ସେନାପତି ନାଗଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖ୍ରୀଷ୍ଟିଆନ ସମାଜର ପାଶ୍ଚାତ୍ୟ ଉକ୍ରଳ ଖ୍ରୀଷ୍ଟିୟ ଉଦ୍‌ଯୋଗ ସମିତି ସମ୍ମିଳନୀର ପୂର୍ବତନ ସଭାପତି ସ୍ଥାନୀୟ ଆଲୋକ ନଗର ବାସିନ୍ଦା ଆଚାର୍ଯ୍ୟ ସେନାପତି ନାଗ(୬୬)ଙ୍କ ଆଜି ପୂର୍ବାହ୍ନ ସାଢେ଼ ଆଠଟାରୁ ୯ଟା ଭିତରେ ଦେହାନ୍ତ ହୋଇଯାଇଛି । ତାଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କୋଭିଡ୍‌ରେ ଆକ୍ରାନ୍ତ ହେବା ପରେ ଗତ ୯ ତାରିଖରୁ ସରକାରୀ ଡାକ୍ତରଖାନାରେ ସେ ଚିକିତ୍ସାଧୀନ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ହିଁ ଆଜି ତାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମୃତ୍ୟୁରେ ବଲାଙ୍ଗିରର ଖ୍ରୀଷ୍ଟିୟ ସମାଜରେ ଶୋକର ଛାୟା ଖେଳିଯାଇଛି । ଆଚାର୍ଯ୍ୟ ସେନାପତି ନାଗ ପୂର୍ବରୁ ଜଳସେଚନ ବିଭାଗରୁ ମୁଖ୍ୟ କିରାଣୀ ଭାବେ ଅବସର ଗ୍ରହଣ କରିଥିଲେ । ତାଙ୍କ ପତ୍ନୀ ବାସନ୍ତୀ ମଂଜରୀ ହନୁମାନ ଗତ ସେପ୍ଟେମ୍ବର ୩୦ ତାରିଖ ଦିନ ପ୍ରଧାନ ଶିକ୍ଷୟତ୍ରୀ ପଦବୀରୁ ଅବସର ଗ୍ରହଣ କରିଥିବା ବେଳେ ସ୍ୱର୍ଗତ ଆଚାର୍ଯ୍ୟ ସେନାପତି ନାଗଙ୍କ ତିନୋଟି ଝିଅଙ୍କ ମଧ୍ୟରୁ ବଡ଼ ଝିଅର କେବଳ ବାହାଘର ସରିଛି । ତାଙ୍କ ସମାଧି କାର୍ଯ୍ୟ ମଧ୍ୟ ଆଜି ସଂପନ୍ନ ହୋଇ ସାରିଥିବା କୁହାଯାଇଛି । ତେବେ ତାଙ୍କ ଦେହାନ୍ତରେ ଖ୍ରୀଷ୍ଟିୟ ସମାଜରେ ଏକ ଅପୂରଣୀୟ କ୍ଷତି ଘଟିଛି ବୋଲି ଖ୍ରୀଷ୍ଟିୟ ସମାଜ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.