ପୋଲ ନିର୍ମାଣ ନହେଲେ ଜୋର୍‌ଦାର୍‌ ଆନ୍ଦୋଳନ : ଅଂଚଳବାସୀଙ୍କ ଚେତାବନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜଗଦଲପୁର ଥାନା ଅନ୍ତର୍ଗତ ଲଖମରା ଓ ଚର୍ଦାପାଲି ମଝିରେ ପ୍ରବାହିତ ହୋଇଛି ଅଙ୍ଗନଦୀ । ସ୍ଵାଧୀନତା ୭୪ ବର୍ଷ ପରେ ବି ଅବହେଳିତ ଚର୍ଦାପାଲି ଗ୍ରାମ ପଞ୍ଚାୟତକୁ ଭୋଟ୍‌ ସମୟରେ କେତେ ଯେ ନେତା ମନ୍ତ୍ରୀ ସରକାରୀ ବାବୁ ମାନେ ଯାଇ ଲୋକଙ୍କୁ କେତେ ଆଶା ଦେଇଥାନ୍ତି । ନଦୀ ଆର ପାଖରେ ରହିଛି ଚର୍ଦାପାଲି ଗ୍ରାମ ପଞ୍ଚାୟତ । ଦେବଦର୍ହା ପ୍ରସିଦ୍ଧ ଶିବ ମନ୍ଦିର ଜଙ୍ଗଲ ଘେରା ବହୁତ୍ ସୁନ୍ଦର ପରିବେଶ । ବର୍ଷର ଅନେକ ସମୟରେ ଏଠାକୁ ହଜାର ହଜାର ଲୋକ ଦେଖିବା ପାଇଁ ଆସିଥାନ୍ତି ଶଙ୍କର ଭଗବାନଙ୍କ ଆଶିବାର୍ଦ ନେବାପାଇଁ ।

ପଦ୍ମପୁରରୁ ୧୫ କିଲୋମିଟର ଗଲେ ଲଖମରା ପରେ ଅଙ୍ଗନଦୀ ଡଙ୍ଗାରେ ପାରି ହୋଇଗଲେ ଚର୍ଦାପାଲି ଗ୍ରାମ ପଞ୍ଚାୟତ ଓ ପୁଣି କିଛି ଦୂର ଗଲେ ଛତିଶଗଡ ସୀମା । ଲଖମରା ଓ ଚର୍ଦାପାଲି ମଝି ଅଙ୍ଗନଦୀ ଉପରେ ପୋଲ ନିର୍ମାଣ ପାଇଁ ଅନେକ ଥର ନେତା ମନ୍ତ୍ରୀ ସରକାରୀ ଅଫିସର ପାଖକୁ ଯାଇ ଗୁହାରି କରିଛନ୍ତି ଏ ଅଚଂଳବାସୀ, ହେଲେ କୌଣସି ସୁଫଳ ମିଳିନାହିଁ ଲୋକଙ୍କୁ । ପୋଲଟିଏ ପାଇଁ ବହୁତ୍ ଦୁଃଖରେ ଦିନ କାଟୁଛନ୍ତି । କୌଣସି ପ୍ରକାରେ ପାତର ଅନ୍ତର ନକରି ଏଠାରେ ପୋଲ ନିର୍ମାଣ କାର୍ୟ୍ୟ ଆରମ୍ଭ ହେଲେ ଏଠାକାର ଲୋକେ ଅସୁବିଧାରୁ ମୁକ୍ତି ପାଇବେ ବୋଲି ଲୋକେ କହୁଛନ୍ତି । ଯଦି ପୋଲ ନିର୍ମାଣ କାର୍ୟ୍ୟ ଆରମ୍ଭ ନହୁଏ ଆଗାମୀ ଦିନରେ ଜୋର୍‌ଦାର୍‌ ଆନ୍ଦୋଳନ ହେବ ବୋଲି ଲୋକେ ଚେତାବନୀ ଦେଇଛନ୍ତି । ଏ ପୋଲ ଖାଲି ଆମ ପାଇଁ ନୁହେଁ, ପୋଲ ନିର୍ମାଣ ହେଲେ ଅଚଂଲର ହଜାର ହଜାର ଲୋକେ ଉପକୃତ ହେବେ । ଏଥି ପ୍ରତି ନେତା, ମନ୍ତ୍ରୀ, ସରକାରୀ ଅଫିସର୍ ଦୃଷ୍ଟି ଦେବା ପାଇଁ ଅନୁରୋଧ ବହୁତ୍ ଥର କରିଛନ୍ତି ।

Leave A Reply

Your email address will not be published.