csstore

ବ୍ରହ୍ମପୁରର ଅଭିନେତ୍ରୀ, ନିର୍ଦ୍ଦେଶକ, ନାଟ୍ୟକାର, ସୁଲେଖିକା କୀରଣବାଳା ମିଶ୍ରଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ, ନିର୍ଦ୍ଦେଶକ, ନାଟ୍ୟକାର ଏବଂ ସୁଲେଖିକା କୀରଣବାଳା ମିଶ୍ରଙ୍କ ଦିଲ୍ଲୀରେ ହୃଦଘାତ ଯୋଗୁଁ ତାଙ୍କ ଦେହାନ୍ତ ହୋଇଯାଇଛି । ଶୁକ୍ରବାର ଗଞ୍ଜାମ ଜିଲ୍ଲାରେ ଏହି ଦୁଃଖଦ ଖବର ପହଂଚିବା ପରେ କଳାକାର ମହଲରେ ଶୋକର ଛାୟା ଖେଳିଯାଇଛି । ଶୁକ୍ରବାର ମଧ୍ୟାହ୍ନରେ ତାଙ୍କ ମୃତ୍ୟୁ ଖବର ବ୍ରହ୍ମପୁର ସହରରେ ପହଞ୍ଚିଥିଲା । ବ୍ରହ୍ମପୁର କଳାକାର ଏକତାମଞ୍ଚ ତରଫରୁ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକଟ କରାଯାଇଥିବାବେଳେ ସଭାପତି ଅନୀଲ ପାତ୍ର ଓ ସମ୍ପାଦକ ରାଜଗୋପାଳ ପାଢ଼ୀ ତାଙ୍କ ବିୟୋଗ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଘଟିଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ବ୍ରହ୍ମପୁର ସହରର ଏକାଧିକ ସାହିତ୍ୟ ଓ କଳା ସଂଗଠନ ସହ ଜଡିତ କୀରଣବାଳା ମ୍ୟାଡମ୍ ବହୁ ସମ୍ମାନର ଅଧିକାରୀ ଥିଲେ । ତାଙ୍କ ପିଲାମାନେ ଆମେରିକାରେ ରହୁଥିବାରୁ ସେ ବେଶ କିଛିମାସ ହେବ ସେଠାରେ ରହି ଅଳ୍ପଦିନ ତଳେ ଦିଲ୍ଲୀରେ ଥିବା ତାଙ୍କ ପୁଅ ପାଖକୁ ଆସିଥିଲେ । ଶୁକ୍ରବାର ସକାଳୁ ହଠାତ୍‌ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ତୁରନ୍ତ ମେଡ଼ିକାଲ ନିଆଯିବା ସମୟେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାଙ୍କ ଭଳି ଜଣେ କଳାପ୍ରେମୀ ଓ ସାହିତ୍ୟ ପ୍ରେମୀଙ୍କ ବିୟୋଗରେ ଓଡିଶା ନାଟ୍ୟସଂଘର ଉପସଭାପତି ଭବାନୀ ଶଙ୍କର ମିଶ୍ର, ନାଟ୍ୟକାର ରମେଶ ମହାରଣା, ମଦନ ମିଶ୍ର, ଏନ.ରାମବାବୁ, ସତ୍ୟ ମହାରଣା, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ରାମଚନ୍ଦ୍ର ସାସମଲ, ବିଚିତ୍ରା ନନ୍ଦ ବେବର୍ତ୍ତା, କୈଳାସ ପାଣିଗ୍ରାହୀ, ଗୋକୁଳ ପଣ୍ଡା, ଲିଙ୍ଗରାଜ ନାହାକ, ସୁନିଲ ସ୍ୱାଇଁ ଓ ନବୀନ ହୋତା, ପ୍ରାକ୍ତନ ଡିଆଇପିଆର ଓ ରବିନାରାୟଣ ବେହେରା ପ୍ରମୁଖଙ୍କ ସହ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ତାହାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.