pakka

ସେବାକୁ ମିଳିଲା ସମ୍ମାନ : ଓଡ଼ିଶା ମୋ ପରିବାର ତରଫରୁ ସମ୍ବର୍ଦ୍ଧିତ ହେଲେ ଦୀପା ବାରିକ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ବିରିପାଲି ଠାରେ ଯୁବ ସ୍ୱେଚ୍ଛାସେବୀ ମିନକେତନ ଭୋଇଙ୍କ ଜନ୍ମଦିନ ଉପଲକ୍ଷେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାକୁ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ତରଫରୁ ପାଇକମାଲ ବ୍ଲକ ଟେମରି ଗ୍ରାମର ଯୁବ ମହିଳା ସ୍ୱେଚ୍ଛାସେବୀ ସୁଶ୍ରୀ ଦୀପା ବାରିକଙ୍କୁ ସମ୍ମାନିତ କରାଯାଇଥିଲା । ମନ୍ତ୍ରୀ ଶ୍ରୀ ସିଂଙ୍କ ଅନୁପସ୍ଥିତିରେ ଗୌରହରୀ ମିଶ୍ର ସମ୍ମାନିତ କରିଥିବା ବେଳେ ପ୍ରଦ୍ୟୁମ୍ନ ତ୍ରିପାଠୀ ପୁଷ୍ପଗୁଚ୍ଛ ଦେଇ ଅଭିବାଦନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ସୁଶ୍ରୀ ଦୀପା ବାରିକ ନିଜର ସାମାଜିକ କାର୍ଯ୍ୟମାନଙ୍କ ପାଇଁ ସମଗ୍ର ପଶ୍ଚିମ ଓଡ଼ିଶାର ହଜାର ହଜାର ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି । ଆଗାମୀ ଦିନରେ ଦୀପାଙ୍କ ଉଦ୍ଦେଶ୍ୟରେ ପାଇକମାଲ ବ୍ଲକରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜକ ଗୌରହରୀ ମିଶ୍ର ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୋହେଲା ବ୍ଲକ୍ ଅଧ୍ୟକ୍ଷ ଜିବର୍ଦ୍ଧନ ବରିହା, ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ଜିଲ୍ଲା ପରିଷଦ ସଭ୍ୟ ସୁବ୍ରତ ବେହେରା, ସରପଞ୍ଚ ରମେଶ ବେହେରା ଏବଂ ଜିଲ୍ଲା ତଥା ବ୍ଲକର ଯୁବ ଛାତ୍ର ପଦାଧିକାରୀ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଯୁବ ସ୍ୱେଚ୍ଛାସେବୀ ମିନକେତନ ଭୋଇଙ୍କ ଜନ୍ମଦିନ ଅବସରରେ ଏହି ମହତ କାର୍ଯ୍ୟକୁ ସ୍ଥାନୀୟ ଲୋକମାନେ ଭୁୟସୀ ପ୍ରଶଂସା କରିଥିଲେ ।

jay balangir
Leave A Reply

Your email address will not be published.

four × three =

error: Content is protected !!