csstore

ଟିଟିଲାଗଡ ଡିଏଭି ସ୍ୱୟଂଶାସିତ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କ ଦାୟୀତ୍ୱ ଗ୍ରହଣ କିନ୍ତୁ ଆର୍ଥିକ କ୍ଷମତା ଫେରିଲା ଉପଜିଲ୍ଲାପାଳଙ୍କ ହାତକୁ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଡିଏଭି ମହାବିଦ୍ୟାଳୟର ପୁର୍ବତନ ଅଧ୍ୟକ୍ଷ ଅଶ୍ୱନୀ କୁମାର ପ୍ରଧାନ ଜୁନ ୩୦ ତାରିଖରେ ଅବସର ଗ୍ରହଣ କରିଛନ୍ତି । ତାଙ୍କ ସ୍ଥାନରେ ଏବେ ସନ୍ତୋଷ କୁମାର ପଣ୍ତା ଦାୟୀତ୍ୱ ଗ୍ରହଣ କରିଛନ୍ତି । ଯିଏ କି ପୂର୍ବରୁ ଅଧ୍ୟକ୍ଷ ପଦ ଗ୍ରହଣ କରିବା ପାଇଁ ଅନିଚ୍ଛା ପ୍ରକାଶ କରି ସତ୍ୟପାଠ ଅଧିକାରୀଙ୍କ ପାଖରେ ଦାଖଲ କରିଥିଲେ । ଶିକ୍ଷା ବିଭାଗର ନିୟମାନୁଯାୟୀ ଯେତେବେଳେ କୌଣସି ମହାବିଦ୍ୟାଳୟର ଅଧ୍ୟକ୍ଷ ଅବସର ଗ୍ରହଣ କରିବାର ଥାଏ ତାହାର ଏକ ମାସ ପୂର୍ବରୁ ଉଚ୍ଚ ଶିକ୍ଷା ବିଭାଗକୁ ବରିଷ୍ଠତା ଭିତ୍ତିରେ ତିନି ଜଣ ବରିଷ୍ଠ ଯୋଗ୍ୟ ପ୍ରାଧ୍ୟାପକ/ ଅଧ୍ୟାପକଙ୍କ ନା ପଠାଇବା ବ୍ୟବସ୍ଥା ରହିଛି କିନ୍ତୁ ମହାବିଦ୍ୟାଳୟରେ କାର୍ଯ୍ୟରତ ୩ ଜଣ ପ୍ରାଧ୍ୟାପକ ଦାଇତ୍ୱ ନେବାକୁ ଅନିଚ୍ଛା ପ୍ରକାଶ କରି, ଅଧିକାରୀଙ୍କ ପାଖରେ ସତ୍ୟପାଠ ଦାଖଲ କରିଥିଲେ । ନିୟମାନୁଯାୟୀ ସେମାନେ ଆଉ ୩ ବର୍ଷ ପର୍ଯ୍ୟନ୍ତ ଅଧ୍ୟକ୍ଷ ହୋଇପାରିବେ ନାହଁ ଏବଂ ତାଙ୍କୁ ଏ ମହାବିଦ୍ୟାଳୟରୁ ଅନ୍ୟତ୍ର ବଦଳି କରାଯିବାର ନିୟମ ରହିଛି । ଏସବୁ ନିୟମ ସତ୍ତ୍ୱେ ସତ୍ୟପାଠ ଦାଖଲ କରିଥିବା ଜଣେ ପ୍ରାଧ୍ୟାପକ ସନ୍ତୋଷ କୁମାର ପଣ୍ଡାଙ୍କୁ ଦାଇତ୍ୱ ହସ୍ତାନ୍ତର କରିଛନ୍ତି ପୂର୍ବତନ ଅଧ୍ୟକ୍ଷ । ପ୍ରଥମେ କୋଶଳ ପ୍ରବାହ ଜୁନ ୧ ତାରିଖରେ ଖବର ପ୍ରସାରଣ କରିବା ସହିତ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ତେବେ ଜୁଲାଇ ୪ ତାରିଖରେ ଉଚ୍ଚଶିକ୍ଷା ଭିଭାଗ ପତ୍ର ସଂଖ୍ୟା ୩୬୦୦୮/ଏଚ୍‌ଇ, ୨୦୨୬ରେ ନୂତନ ଭାବେ ଦାଇତ୍ୱ ନେଇଥିବା ପ୍ରାଧ୍ୟାପକ ସନ୍ତୋଷ କୁମାର ପଣ୍ଡାଙ୍କୁ ଆର୍ଥିକ ଦାଇତ୍ୱ ଦେଇନାହାନ୍ତି । ଉପଜିଲ୍ଲାପାଳଙ୍କୁ ଏ ଦାଇତ୍ୱ ଦିଆଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ପ୍ରାଧ୍ୟାପକ ମାନେ ଅନିଚ୍ଛା ପ୍ରକାଶ କରି ସତ୍ୟପାଠ ଦେବାପରେ ମହାବିଦ୍ୟାଳୟର ଶିକ୍ଷା ବିଭାଗର ବରିଷ୍ଠ ଅଧ୍ୟାପକ ବିପିନ କୁମାର ରାଉତ ଅଧ୍ୟକ୍ଷ ହେବା କଥା କିନ୍ତୁ ନିୟମକୁ ଉଲଘଂନ କରି ଅଶ୍ୱନୀ କୁମାର ପ୍ରଧାନ, ସନ୍ତୋଷ କୁମାର ପଣ୍ଡାଙ୍କୁ ଅଧ୍ୟକ୍ଷ ଦାଇତ୍ୱ ଦେଲେ କିପରି ? ଏପରି ନିଷ୍ପତ୍ତିରେ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ଶୁଣିବାକୁ ମିଳୁଛି । ଉଚ୍ଚଶିକ୍ଷା ବିଭାଗ ଏ ଖବରକୁ ଗୁରୁତର ସହିତ ବିଚାର କରିବା ପରେ ନୂତନ ଅଧ୍ୟକ୍ଷ ଦେବା ପାଇଁ ଦାବି ଉଠୁଛି । ସମାନ ପରିସ୍ଥିତିରେ ସଇଁତଳା ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକଙ୍କୁ ଅଧ୍ୟକ୍ଷର ଦାଇତ୍ୱ ଦିଆଯାଇଥିବା ବେଳେ ଡିଏଭି ମହାବିଦ୍ୟାଳୟର ଏପରି ବ୍ୟତିକ୍ରମ ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ହୋଇଛି ।

jayashree
Leave A Reply

Your email address will not be published.