jsm

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ ପାତ୍ରଙ୍କ ବଦଳି : ହରିଶ ବି.ସି ନେଲେ ଦାୟିତ୍ୱ

csstore

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଚାରିଆଡ଼େ ଗଣ୍ଡଗୋଳ, ମାରପିଟ୍, ହଣାମରା, ରାହାଜାନୀ, ଶିଶୁ, ନାବାଳିକା, ଯୁବତୀ ଗଣଧର୍ଷଣ ଓ ମହିଳାଙ୍କୁ ନିର୍ଯ୍ୟାତନା ହେବା ଭଳି ସଙ୍ଗୀନ ଅଭିଯୋଗ ହେବା ପରେ ଅବସ୍ଥାପିତ ଗଞ୍ଜାମ ଜିଲ୍ଲା ଏସପି ଶୁଭେନ୍ଦୁ ପାତ୍ରଙ୍କୁ ବଦଳି କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ତଥା ପୋଲିସ ମହାନିର୍ଦ୍ଦେଶକଙ୍କ ଠାରୁ ଆଦେଶନାମା ଜାରୀ ଅନୁସାରେ ନୂତନ ଗଞ୍ଜାମ ଏସପି ଭାବେ ହରିଶ ବି.ସିଙ୍କୁ ନିଯୁକ୍ତି ଦିଆଯାଇଛି । ନୂତନ ଏସପି ଭାବେ ହରିଶ ବି.ସିଙ୍କୁ ପଦବୀ ଅଳଙ୍କୃତ ସହ ଗତକାଲି ଦାୟିତ୍ୱ ଗ୍ରହଣ କରିଥିବା ସୂଚନା ମିଳିଛି । ଜିଲ୍ଲାରେ ଆଇନ ଶୃଙ୍ଖଳା ସୁଧାର ଆଣିବା ସହ ଅପରାଧମୂଳକ କାର୍ଯ୍ୟରେ ନିୟନ୍ତ୍ରଣକୁ ଆଣିବା ପ୍ରାଥମିକତା ଦିଆଯିବ ବୋଲି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ନୂତନ ଗଞ୍ଜାମ ଏସପି ଭାବେ ଶ୍ରୀ ହରିଶ ଦାୟିତ୍ୱ ଭାର ଗ୍ରହଣ କରି ଏହି ବାର୍ତ୍ତା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

yuvodaya
Leave A Reply

Your email address will not be published.