pakka

ମା’ଙ୍କ ଶେଷ ଇଚ୍ଛା ପୂରଣ କରିବା ପାଇଁ ଦାନ କଲେ ଏକ କୋଟିର ଘର

bbehera

ନବରଙ୍ଗପୁର : ମା’ଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ଏକ କୋଟିର ଘରକୁ ଦାନ କରି ଚର୍ଚ୍ଚାରେ ୩ ଝିଅ ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ନବରଙ୍ଗପୁରର ବୈଜୟନ୍ତୀବାଳା ସାହୁଙ୍କ ଚଳିତ ମାସ ୨ ତାରିଖରେ ଦେହାନ୍ତ ହୋଇଥିବା ବେଳେ ତାଙ୍କ ସ୍ୱାମୀ ମଧ୍ୟ ରୋଗାଗ୍ରସ୍ତ ଅବସ୍ଥାରେ ଥିବା ଜଣାପଡଛି । ତାଙ୍କ ୩ ଝିଅ ମା’ଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ନବରଙ୍ଗପୁର ନୀଲକଣ୍ଠେଶ୍ୱର ମନ୍ଦିରରେ ପାର୍ବତୀ ମନ୍ଦିରକୁ ଦାନ କରିଛନ୍ତି ୨୫ କୋଠା ବିଶିଷ୍ଟ ୩ ମହଲା ଘରକୁ, ଯାହର ଆନୁମାନିକ ମୂଲ୍ୟ ଏକ କୋଟି ହେବ ବୋଲି ଧରାଯାଉଛି । ତେବେ ଏହା ସହ ଗୋଟିଏ ମଙ୍ଗଳ ସୂତ୍ର, ରୂପା ଫରୁଆ, ରୂପାର ବ୍ରତ ଫେଡି, ରୂପାର ମଥାମଣି ନବରଙ୍ଗପୁର ନୀଲକଣ୍ଠେଶ୍ୱର ମନ୍ଦିରରେ ଥିବା ପାର୍ବତୀ ମନ୍ଦିରକୁ ଦାନ କରିଛନ୍ତି । ତିନି ଝିଅଙ୍କ ନାମ ହେଉଛି ପୁଷ୍ପାଞ୍ଚଳି, ଗୀତାଞ୍ଜଳି ଓ ଶ୍ରଦ୍ଧାଞ୍ଚଳିି । ବେଜୟନ୍ତୀବାଳାଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ଗର୍ବର ତିନି ଝିଅ ଏତେ ବିଶାଳ ଘର ଦାନ କରିଥିବା ଆଲୋଚନା ହେଉଛି ।

jay balangir
Leave A Reply

Your email address will not be published.

20 − nineteen =