ବଲାଙ୍ଗିର, (କେପିଏନ୍ଏସ୍) : ଗତ ଶନିବାର ଦିନ ବଲାଙ୍ଗିର ସହରର ଶାନ୍ତିପଡା ସ୍ଥିତ ଟାଇଗର ୟୁଥ୍ ବ୍ଲକ ଠାରେ ଦାନ ଉତ୍ସବ -୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏହି କାର୍ଯ୍ୟକ୍ରମରେ ଗୋଁଡୱାନା ଗୋଁଡ ମହାସଭାର ବଲାଙ୍ଗିର ଜିଲ୍ଲା ସଭ୍ୟ ପ୍ରଦୀପ କୁମାର ମଲ୍ଲିକ ଯୋଗଦେଇ ଗରିବ ଶ୍ରେଣୀର ଲୋକ ମାନଙ୍କୁ ନୂତନ ବସ୍ତ୍ର ଦାନ କରିଥିଲେ । ଏଥିରେ ସମାଜସେବୀ ସୁରେନ୍ଦ୍ର କୁମାର ସାହୁ, ଗୋଁଡୱାନା ଗୋଁଡ ମହାସଭାର ରାଷ୍ଟ୍ରୀୟ ସଭ୍ୟ ଗଣେଶ ମାଝୀ ଏବଂ ଗୋଁଡୱାନା ଗୋଁଡ ମହାସଭାର ରାଜ୍ୟ ସଚିବ (ଶିକ୍ଷା) ମୀନ କେତନ ମାଝୀ ଉପସ୍ଥିତ ଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ପରିଚାଳନାରେ ସହଯୋଗ କରିଥିଲେ ଟାଇଗର ୟୁଥ୍ କ୍ଲବର କୋଷାଧ୍ୟକ୍ଷ ଦେବରାଜ ନାଗ, ନାରାୟଣ ମହାକୁର, ଶିବାନନ୍ଦ ବିଶି, ସୁରେଶ କମ୍ପ ଓ ରାଧାନାଥ ଦିଶିରୀ ।
Next Post