jsm

ପୂଜ୍ୟପୂଜା ସେବା ସଂଗଠନର ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ଶରୀର ଦାନ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂଜ୍ୟପୂଜା ସେବା ସଂଗଠନର ସଭାପତି ତଥା ବଲାଙ୍ଗିର ବ୍ଲକ ଗର୍ଜନ ଗ୍ରାମର ମୂଳ ବାସିନ୍ଦା ଏବଂ ଏବେ ଶାନ୍ତିପଡାରେ ବସବାସ କରୁଥିବା କେଶବ ଚନ୍ଦ୍ର ମିଶ୍ର ଆଜି ଭୀମଭୋଇ ଭେଷଜ ମହାବିଦ୍ୟାଳୟରେ ନିଜର ଶରୀର ଦାନ ସଂପର୍କିତ କାଗଜପତ୍ର ଦାଖଲ କରି ଶରୀର ଦାନ ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଶ୍ରୀ ମିଶ୍ର ବର୍ତ୍ତମାନରେ ତାଙ୍କର ମର ଶରୀରକୁ ମହାବିଦ୍ୟାଳୟର ଛାତ୍ରମାନେ ଶିକ୍ଷା ଓ ଗବେଷଣାରେ ବିନିଯୋଗ ହେବ ବୋଲି ତାଙ୍କର ଇଚ୍ଛାପତ୍ରରେ ଘୋଷଣା କରିଛନ୍ତି । ଶ୍ରୀ ମିଶ୍ର ପୂଣ୍ୟଶ୍ଲୋକ ବିଶିଷ୍ଟ ସମାଜସେବୀ, ପିତା ସୋମନାଥ ମିଶ୍ର ଓ ମାତା କ୍ଷୀର ମିଶ୍ରଙ୍କ ସୁପୁତ୍ର ଅଟନ୍ତି । ଶ୍ରୀ ମିଶ୍ର ଉଦ୍ୟାନ କୃଷି ଅଧିକାରୀ ଭାବେ ଅବସର ପରେ ଶିଶୁ ବିକାଶ କେନ୍ଦ୍ର, ପୂଜ୍ୟପୂଜା ସେବା ସଂଗଠନ, ଅଦ୍ୟାଶକ୍ତି ନାରୀ ସଂଗଠନ, ଅଙ୍କୁର ଶିଶୁ ସାହିତ୍ୟ ସଂସଦ, ସଂସ୍କୃତ ପରିଷଦ ତଥା ଅନେକ ସାଂସ୍କୃତିକ ଓ ସମାଜିକ ଅନୁଷ୍ଠାନ ସହିତ ଜଡିତ ରହି କାର୍ଯ୍ର କରି ଆସୁଛି । ତାଙ୍କର ଏହି ସାଧୁ ଉଦ୍ୟମ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇ ପାରିବ ବୋଲି ଶିଶୁ ବିକାଶ କେନ୍ଦ୍ରର ସଭାପତି ମଦନ ମୋହନ ରଥ ମତବ୍ୟକ୍ତ କରିଛନ୍ତି ।

yuvodaya
Leave A Reply

Your email address will not be published.