pakka

ଗୁହିରାମୁଣ୍ଡାକୁ ହରାଇ ଦମକିପାଲି ଚାମ୍ପିୟନ

bbehera

ଗାଇସିଲାଟ୍, (ପୁସ୍ତମ୍ ଯୁଆଡି) : ଭେଟେରିଆନ୍‌ କ୍ରିକେଟ୍ ଆସୋସିଏସନ୍‌ ଭୁତିବାହାଲ ଆନୁକୁଲ୍ୟରେ ରାତ୍ରିକାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ମାଁ ଆଗଲ୍‌ପୁରିଏନ୍ କ୍ରିକେଟ୍ ପଡ଼ିଆରେ ଦୁଇ ରାତ୍ରୀ ଧରି ଅନୁଷ୍ଠିତ ହୋଇଯାଇଅଛି । ଉଦଯାପନୀ ରାତ୍ରିରେ ଅତିଥି ଭାବେ ଯୋଗ ଦେଇଥିଲେ ରାଇସଲପଦର ଗ୍ରା :ପ ର ପୂର୍ବତନ ସରପଞ୍ଚ ନରେନ୍ଦ୍ର ଟଟଙ୍ଗ,ପୂର୍ବତନ ୱାର୍ଡ ମେମ୍ବର ଜଂଗଲୁ ବାଗ୍,ସୁବାସନ୍ ସାହୁ,ଅରକ୍ଷିତ ନାଗ,ଦିବ୍ୟ କିଶୋର ସାହୁ,ନକୁଳ ସାହୁ,ରସିକ ସାହୁ, ଦୁର୍ଲଭ ସାହୁ,ତ୍ରିଲୋଚନ ସାହୁ,ନମୋଗୁରୁ ସାହୁ,ବିକାଶ ସାହୁ । ୧୬ ଗୋଟ ଦଳକୁ ନେଇ ଅନୁଷ୍ଠିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲାରେ ଗୁହିରାମୁଣ୍ଡାକୁ ୮ ୱିକେଟ୍ରେ ହରାଇ ଦମକିପାଲି ଦଳ ଚାମ୍ପିୟନ ହୋଇଛି । ଗୁହିରାମୁଣ୍ଡା ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲେ ଏବଂ ନିର୍ଦ୍ଧାରିତ ୭ ଓଭରରେ ବିନା ୱିକେଟରେ ୧୧୯ ରନର ଏକ ବିଶାଳ ସ୍କୋର ଛିଡା କରି ଦେଇଥିଲେ। ଜବାବରେ ଦମକିପାଲି ଦଳ ମଧ୍ୟ ଧୁଆଁଧାର୍ ବ୍ୟାଟି କରି ୬ ଓଭର ୪ ବଲରେ ଏହି ଲକ୍ଷ୍ୟକୁ ୨ ୱିକେଟ୍ ବିନିମୟରେ ଜିଣି ନେଇଥିଲେ । ଉଦଯାପାନୀ ରାତ୍ରିରେ ଅତିଥି ଭାବେ ଅରକ୍ଷିତ ନାଗ,ରସିକ ସାହୁ,ପଦ୍ମଲୋଚନ୍ ସାହୁ ଓ ଦୁର୍ୟୋଧନ ସାହୁ ଯୋଗଦେଇ ଉଭୟ ଦଳକୁ ପୁରସ୍କାର ବିତରଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଅମ୍ପାୟାର ଦାୟିତ୍ବ ତୁଲାଇଥିଲେ ଦୁର୍ଗେଶ୍ବର୍ ବାଗ୍,ପବିତ୍ର ସାହୁ,ସଂଜୟ ସାହୁ,ଘନଶ୍ୟାମ ବାଗ୍,ପୂର୍ଣ୍ଣଚନ୍ଦ୍ର ସାହୁ,ବାସୁଦେବ ଯୁଆଡ଼ି,ବସନ୍ତ ସାହୁ,ବନମାଳୀ ପୁଟେଲ,ରୁଦ୍ରମଣି ସାହୁ। ସ୍କୋରିଙ୍ଗ ଦାୟିତ୍ବରେ ଥିଲେ ମନୋଜ ସାହୁ,ଆଦିତ୍ୟ ବାଗ, ବିଜୟ ସାହୁ,ଓ ଯୋଗେଶ୍ୱର ସାହୁ। ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ ଲୋଚନ ସାହୁ,ବିନ୍ଦୁସାଗର ନାଗ,ଓ ପୁସ୍ତମ୍ ଯୁଆଡ଼ି। ଏହା ବ୍ୟତୀତ ବିଜେପି ସାହୁ,ଜଗଦୀଶ ସାହୁ,ସରୋଜ ସାହୁ,ବବଲୁ ସାହୁ,ସୁମନ୍ତ ସାହୁ ତଥା ଭୁତିବାହାଲ୍ କ୍ରିକେଟ୍ ଦଳର ସମସ୍ତ ସଦସ୍ୟ ଓ ଭୁତିବାହାଲର ଗ୍ରାମବାସୀ ସାହାଯ୍ୟ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

seventeen − 7 =

error: Content is protected !!