pakka

୩ ଦିନରେ ପହଂଚିଲା ସମୂହ କାର୍ଯ୍ୟବନ୍ଦ ଅମଲା ସଂଘର ଧାରଣା

bbehera

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ଅଧିନସ୍ଥ କଂଟାବାଂଜି, ତୁରେକେଲା ଓ ବଙ୍ଗୋମୁଣ୍ଡା ବ୍ଲକ ଅଂଚଳରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମଲା ମାନେ ଜୁନ ୧ ତାରିଖରୁ ସମୂହ ଛୁଟି ନେଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସମୂହ ଛୁୁୁୁୁୁୁୁୁୁୁୁୁୁୁୁୁୁଟି ଶନିବାର ୩ ଦିନରେ ପହଂଚିଛି । କଂଟାବାଂଜିରେ ଥିବା ତହସିଲ କାର୍ଯ୍ୟାଳୟ, ପି.ଡବ୍ଲୁ.ଡି. ଡିଭିଜନ, ସ୍କୁଲ କଲେଜ, ସବ୍‌ ଟ୍ରେଜେରୀ, ତୁରେକେଲା ଓ ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ, ବି.ଇ.ଓ. କାର୍ଯ୍ୟାଳୟ, ଆଇ.ସି.ଡି.ଏସ. କାର୍ଯ୍ୟାଳୟ ସହ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟର ଅମଲାମାନେ ସାମିଲ ହୋଇ କଂଟାବାଂଜି ସବ୍‌ ଟ୍ରେଜେରୀ ଅଫିସ ସମ୍ମୁଖରେ ଆନ୍ଦୋଳନରେ ବସିଛନ୍ତିି । ଅମଲା ମାନଙ୍କ ସମୁହ ଛୁଟି ଯୋଗୁଁ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକରେ ସମସ୍ତ କାର୍ଯ୍ୟ ଠପ୍‌ ହୋଇପଡିଛି । ଏହି ଶାନ୍ତିପୂର୍ଣ୍ଣ ଧର୍ମଘଟରେ ରବିନାରାୟଣ ତ୍ରିପାଠୀ, ଗୁପ୍ତେଶ୍ୱର ଛୁରା, ଭାରତୀ ସେଠ, ସୁଶାନ୍ତ ଭୋଇ ସହ ୫୦ରୁ ଉର୍ଦ୍ଧ ଅମଲା କର୍ମଚାରୀ ସାମିଲ ଥିଲେ ।

Leave A Reply

Your email address will not be published.

15 − 12 =