pakka

ନବ ନିର୍ବାଚିତ ପୌର ପରିଷଦ ଅଧ୍ୟକ୍ଷା ଦାୟିତ୍ଵ ଗ୍ରହଣ କଲେ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ପୌର ପରିଷଦର ନୂତନ ପୌରାଧ୍ୟକ୍ଷା ଭାବେ ଶ୍ରୀମତୀ କଳ୍ପନା ମାଝୀ ଆଜି ତାଙ୍କ ଦାୟିତ୍ଵ ଗ୍ରହଣ କରିଛନ୍ତି । ଆଜି ସକାଳୁ ସେ ବରଗଡ଼ର ଗ୍ରାମ୍ୟ ଦେବୀ ମା’ ସମଲେଶ୍ଵରୀଙ୍କ ମନ୍ଦିରରୁ ଆଶୀର୍ବାଦ ଗ୍ରହଣ କରି ପୌର ପରିଷଦ କାର୍ଯ୍ୟାଳୟରେ ପହଞ୍ଚି ଶପଥ ପାଠ ସହ ଦାୟିତ୍ଵ ଗ୍ରହଣ କରିଥିଲେ । ତାଙ୍କ ସହ ୧୯ ଜଣ ନବ ନିର୍ବାଚିତ କାଉନସିଲର ମଧ୍ୟ ଶପଥ ପାଠ କରିଥିଲେ । କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା ପୌରାଧ୍ୟକ୍ଷାଙ୍କ ସମେତ ସମସ୍ତ କାଉନସିଲରଙ୍କୁ ନିର୍ବାଚିତ ପ୍ରମାଣ ପତ୍ର ବାଣ୍ଟିବା ସହ ଶପଥ ପାଠ କରାଇଥିଲେ । ଏହି ଅବସରରେ ପୌର ପରିଷଦ କର୍ମଚାରୀ ମାନଙ୍କ ପକ୍ଷରୁ ପୌରାଧ୍ୟକ୍ଷାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

jay balangir
Leave A Reply

Your email address will not be published.

two × 4 =