pakka

ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ – ୨୦୨୨ ଅନୁଷ୍ଠିତ

bbehera

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୁବର୍ଣ୍ଣପୁର ତରଫରୁ ନୂତନ ଟାଉନ ହଲ ସୋନପୁରଠାରେ ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ବିଶ୍ୱରଂଜନ ପତି, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ସୁବର୍ଣ୍ଣପୁରଙ୍କ ପୌରାହିତ୍ୟରେ ଏହି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ -ଡୋଳାମଣି ପଟେଲ, ଡ଼ିଏସ୍‌ଡବ୍ଲୁ ଓ -ଶ୍ରୀମତୀ ଗୌରୀମଣି ହାଁସଦା, ବିଭୁ ପ୍ରସାଦ ନନ୍ଦ, ନିର୍ବାହୀଯନ୍ତ୍ରୀ ଆର୍‌ଡବ୍ଲୁଏସ୍‌ଏସ୍‌, ପ୍ରଦୀପ କୁମାର ଗୁରୁ, ଅଧିକ୍ଷକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ, ଡିପିଏଚ୍‌ଓ, ମଞ୍ଜୁରାଣୀ ସିଂହ, ଏଡିପିଏଚ୍‌ଓ (ଏଫ୍‌ଡବ୍ଲୁ), ଡାକ୍ତର ପଦ୍ମ ହଂସ ଦୋରା, ଏଡିପିଏଚ୍‌ଓ (ଟିବି), ବିଶ୍ୱମ୍ବର ବେହେରା ଡିପିଏମ୍‌ (ଏନ୍‌ଏଚ୍‌ଏମ୍‌), ତରଣୀସେନ ପଧାନ ଏଏମ୍‌, ଆଶା ଯୋଗ ଦେଇ ଜିଲ୍ଲାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଶା ଦିଦି ଓ ଅଙ୍ଗନବାଡି ଦିଦି ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ ଓ ସେମାନଂକୁ ସାଧୁବାଦ ଜଣାଇଥିଲେ । ଅବିନାଶ ହୋତା ମଞ୍ଚ ପରିଚାଳନା କରିଥିବା ବେଳେ ତରଣୀ ସେନ ପଧାନ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ବିଭିନ୍ନ ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଥିଲା । ବେଷ୍ଟ ଆଶାରେ ପ୍ରଥମରେ ଶୈଳସୂତା କୁଅଁର, ଦ୍ଵିତୀୟ ଭୂମିସୂତା ତରିଆ, ତୃତୀୟରେ ମଧୁମିତା ଛନ୍ଦ ପୁରସ୍କୃତ ହୋଇଥିଲେ । ସେହିପରି ସୁସ୍ଥ ଗାଁ ଭାବରେ ଖଇରମାଳ, ବହଲପଦର, ପଥରଖଣ୍ଡି, ମାଝୀମୁଣ୍ଡା, ହାପ୍ରିୟାବେର୍ଣ୍ଣା ଓ ସିଂଦିରିଆବାହାଲ ପୁରସ୍କୃତ ହୋଇଥିଲେ । ସୁସ୍ଥ ପଞ୍ଚାୟତ ଭାବରେ ଲଛୀପୁର, ବାଙ୍କୀପାଲି ଓ କୋଟ ସମଲେଇ ପଞ୍ଚାୟତ ପୁରସ୍କୃତ ହୋଇଥି ବେଳେ ପରିବାର କଲ୍ୟାଣ ପାଇଁ ଡୁଙ୍ଗୁରିପାଲି ବ୍ଲକର ଆଶା କର୍ମୀ ଯଶୋବନ୍ତି ହରିପାଳ, ଉଲୁଣ୍ଡା ବ୍ଲକର ଆଶା କର୍ମୀ ବୈଜୟନ୍ତୀ ଦଳାଇ ଓ ନାଇକେନ ପାଲି (ସୋନପୁର ବ୍ଲକ)ରୁ ସରୋଜ କୁମାର ଗାନ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ପୁରସ୍କୃତ ହୋଇଥିଲେ । ସୋନପୁର ସ୍ଥିତ ନର୍ସିଙ୍ଗ ସ୍କୁଲର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମୀର କୁମାର ସାହୁ ସଂଗୀତ ପରିବେଷଣ କରିଥିବା ବେଳେ ଉଲୁଣ୍ଡା, ତରଭା ଓ ବିନିକା ସିଏଚ୍‌ସିର ଆଶା ଦିଦି ଓ ଅଙ୍ଗନବାଡି ଦିଦିମାନେ ନାଟକ ପରିବେଷଣ କରିଥିଲେ । ପରେ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା ।

jay balangir
Leave A Reply

Your email address will not be published.

5 × one =