pakka

ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇରେ ୩ ଦିନ ଛୁଟି ପାଇଁ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସହକାରୀ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶା ପ୍ରମୁଖ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ୩ ଦିନ ଛୁଟି ପାଇଁ କୋଶଳ ମୁକ୍ତି ମୋର୍ଚ୍ଚା ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ସହକାରୀ ଜିଲ୍ଲାପାଳ କ୍ଷୀରୋଦ ସାହୁଙ୍କୁ ପ୍ରଦାନ କରାଯାଇଛି । ବିଶେଷ କରି ପଶ୍ଚିମ ଓଡ଼ିଶାର ଅନେକ ଲୋକ ରାଜ୍ୟ ବାହାରେ ଚାକିରି କରୁଥିବାରୁ ସେମାନେ ଆସିବା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଅନ୍ୟ ପକ୍ଷରେ ରାଜ୍ୟ ସରକାର ପୂର୍ବ ଓଡ଼ିଶାର ରଜ ପର୍ବକୁ ଛୁଟି ଘୋଷଣା କରୁଥିବା ବେଳେ ସେହିଭଳି ସମଗ୍ର ପଶ୍ଚିମ ଓଡ଼ିଶାରେ ମଧ୍ୟ ନୂଆଁଖାଇ ଗଣପର୍ବ ପାଇଁ ୩ ଦିନ ଛୁଟି ଘୋଷଣା କରିବାକୁ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଦାବୀ କରାଯାଇଛି । କୋଶଳ ମୁକ୍ତି ମୋର୍ଚ୍ଚା ଆବାହକ ସୁଶୀଲ କୁମାର ଗୁରୁଙ୍କ ନେତୃତ୍ୱରେ କଚେରୀ ଛକରୁ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ନାରାବାଜି ଦେଇ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟ ସରକାର ସବୁବେଳେ ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ଓ ଅଣଦେଖା କରୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଆଗାମୀ ଦିନରେ ସରକାର ଏ ଦିଗରେ ପଦକ୍ଷେପ ନ ନେଲେ ଜନ ଆନ୍ଦୋଳନ ହେବ ବୋଲି ସଂଗଠନ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି । ଏହି ଶୋଭାଯାତ୍ରାରେ ଯୁବରାଜ ବଗାର, ବିପିନ ବରିହା, ରୁଷବ ବାଗ ଓ ନନ୍ଦଲାଲ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

9 − 9 =

error: Content is protected !!