ନିଶୁଳ୍କ ବିଉଟି କୋର୍ସ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାରୀ ଶକ୍ତି ଫାଉଣ୍ଡେସନ ଏବଂ ସାଇ ବିଉଟି ଏକାଡେମୀର ମିଳିତ ଆନୁକୂଲ୍ୟରେ ଆଜି ନିଶୁଳ୍କ ବିଉଟି କୋର୍ସ ଆରମ୍ଭ ହୋଇଯାଇଛି । ସାଇ ବିଉଟି ଏକାଡେମୀର ସତ୍ତ୍ୱାଧିକାରୀ ଶ୍ରୀମତୀ ବୀଣାରାଗିଣୀ ମହାପାତ୍ର ଏହି ବିଷୟ ପ୍ରତି ଧ୍ୟାନ ଦେଇ ସହଯୋଗ କରିଥିବାରୁ ତାଙ୍କୁ ସମେସ୍ତେ ଧନ୍ୟବାଦ ଦେଇଥିଲେ । ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ଯେ, ଏହି ଦିଗରେ କେମିତି ଝିଅମାନେ ଆଗକୁ ବଢ଼ି ପାରିବେ ଏବଂ ଆତ୍ମନିର୍ଭର ହୋଇପାରିବେ ସେଥିପ୍ରତି ଧ୍ୟାନ ଦେଇ ଏହା ଆରମ୍ଭ କରାଯାଇଛି । ଆମ ସଂଗଠନର ଏହା ହିଁ ପ୍ରୟାସ ରହିବ ଯେ, ଆଗକୁ ଆହୁରି କେମିତି ଝିଅ ମାନଙ୍କ ପାଇଁ ଦକ୍ଷତା ବିକାଶ ଶିବିରର ବ୍ୟବସ୍ଥା କରିବୁ ଯେମିତି ଝିଅ ମାନେ ଆଗକୁ ବଢ଼ିବେ ଏବଂ ଆତ୍ମନିର୍ଭରଶୀଳ ହୋଇପାରିବେ । ଏହି ଅବସରରେ ନାରୀ ଶକ୍ତି ଫାଉଣ୍ଡେସନର ସଦସ୍ୟା ସରିତା ଦାଶ, ସନ୍ତୋଷିନୀ ବେହେରା, ମମତା ଯେନା, ଅଙ୍କିତା ମହାନ୍ତି, ନୂତନ ସେନ୍ଦ୍ରିଆ, ଜଗଦମ୍ବା ନାଏକ, ନୂତନ ଦାସ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

8 − four =