pakka

ପାଟଣାଗଡରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ସୁଭଦ୍ରା ଭବନ ପରିସରରେ ବ୍ଲକସ୍ତରୀୟ ଭୀମ ଭୋଇ ସାମର୍ଥ୍ୟ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କମଳକାନ୍ତ ବାରିକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ପାଟଣାଗଡ଼ ବିଧାୟକ ତଥା ସରକାରୀ ଉପମୁଖ୍ୟ ସଚେତକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସନ୍ଥକବି ଭୀମ ଭୋଇଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ କରିବା ସହ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଡିଓ ନୀଳମାଧବ ସୁନା ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନଟକୃଷ୍ଣ ସାହୁ, ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସମସ୍ତ ପଂଚାୟତର ସରପଂଚ ଓ ସମିତି ସଭ୍ୟ, ଅଙ୍ଗନୱାଡି କର୍ମୀ, ଆଶା ଯୋଗ ଦେଇଥିଲେ । ଏହି ଶିବିରରେ ଶାରୀରିକ ଭିନ୍ନକ୍ଷମଙ୍କ ସମେତ ମାନସିକ ଅନଗ୍ରସର, ଶ୍ରବଣ ବାଧିତ, ଦୃଷ୍ଟି ବାଧିତ ଭଳି ଅନେକ ଭିନ୍ନକ୍ଷମମାନଙ୍କୁ ବିଭିନ୍ନ ବିଭାଗର ଡ଼ାକ୍ତରମାନେ ଉପସ୍ଥିତ ରହି ଚିକିତ୍ସା କରିବା ସହିତ ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ କରିବା ନିମିତ୍ତ ପଦକ୍ଷେପ ନେଇ ବଲାଙ୍ଗିର ମେଡିକାଲ ଆସିବା ପାଇଁ ପ୍ରେରଣ କରାଯାଇଛି । ଏହାଛଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ଭିନ୍ନକ୍ଷମମାନଙ୍କୁ ଉପକରଣ ପ୍ରଦାନ କରାଯାଇଥିଲା । ବ୍ଲକର ସମସ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଆଇସିଡିଏସ, ଜିଆରଏସଙ୍କ ସମେତ ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଏହି ଶିବିରରେ ଅସ୍ଥିଶଲ୍ୟ ବିଭାଗରେ ୨୨୨, ମାନସିକ ଅନଗ୍ରସର ବିଭାଗରେ ୪୫, ଶ୍ରବଣ ବାଧିତ ବିଭାଗରେ ୭୨, ଚକ୍ଷୁ ବିଭାଗରେ ୧୦୨, ଭେଷଜ ଓ ଶିଶୁ ବିଭାଗରେ ତଥା ଅନ୍ୟାନ୍ୟ ୧୨ ଜଣଙ୍କ ସମେତ ମୋଟ ୪୫୩ ଜଣ ଭିନ୍ନକ୍ଷମ ସେମାନଙ୍କ ନାମ ପଂଜିକରଣ କରିଥିଲେ ।

jay balangir
Leave A Reply

Your email address will not be published.

four × 1 =

error: Content is protected !!