pakka

ବିଲେଇସର୍ଡା ହାଇସ୍କୁଲ ତରଫରୁ ଆଲୋଚନାଚକ୍ର

bbehera
  • “କବି ଗଙ୍ଗାଧରଙ୍କ ସୃଷ୍ଟି ଜଗତରେ ବିଚରଣ କରୁଥିବା ପ୍ରତ୍ୟେକଟି ଚରିତ୍ର ଅତି ଶୃଙ୍ଖଳାର ସହ ଚିତ୍ରିତ”

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ହାଇସ୍କୁଲ ତରଫରୁ ମାଟିର କବି ଗଙ୍ଗାଧର ଶୀର୍ଷକ ଆଲୋଚନାଚକ୍ର ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ପଧାନଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି । ଅତିଥିମାନେ ଗଙ୍ଗାଧର ମେହେରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ‘କୋଶଳ ପ୍ରବାହ’ର ସଂପାଦକ ତଥା ଯୁବ କବି ଆନନ୍ଦ ଚନ୍ଦ୍ର ସାହୁ ଯୋଗଦେଇ ନିଜ ବକ୍ତବ୍ୟରେ ଗଙ୍ଗାଧର ମେହେରଙ୍କୁ ମାଟିର କବି ଭାବେ ବର୍ଣ୍ଣନା କରିଥିଲେ । ଅମୃତ ସନ୍ତାନ ଗଙ୍ଗାଧରଙ୍କ ସୃଷ୍ଟିରେ ପ୍ରକୃତି ଯେଭଳି ଜୀବନ୍ତ, ଚିନ୍ତା ଚେତନା ସେଭଳି ଭଗବତ ଭାବରେ ପରିମାର୍ଜିତ । ତାଙ୍କ ସାହିତ୍ୟରେ ମାଟି ମନସ୍କତା ପ୍ରତି ଛତ୍ରେ ଛତ୍ରେ ଅନୁଭବ କରିହୁଏ । ପ୍ରକୃତିର ପରମ ଉପାସକ ତଥା କାବ୍ୟ କବିତା ତପସ୍ୱୀ ସ୍ୱଭାବ କବି ଗଙ୍ଗାଧରଙ୍କ ସୃଷ୍ଟି ଜଗତରେ ବିଚରଣ କରୁଥିବା ପ୍ରତ୍ୟେକଟି ଚରିତ୍ର ଅତି ଶୃଙ୍ଖଳାର ସହ ଚିତ୍ରିତ ହୋଇଥିବା ବେଳେ ଦୃଶ୍ୟ, ଚିତ୍ରକଳ୍ପ, ରୂପକଳ୍ପ ସବୁ ବେଶ ଚଳଚଂଚଳ । ‘ମୁଁ ଯେ ଅମୃତ ସାଗର ବିନ୍ଦୁ’…. ଭଳି ଭାବ ଗମ୍ଭୀର କାବ୍ୟ ସ୍ୱର ଯେଉଁ କବିଙ୍କ ମୁହଁରୁ ସ୍ଫୁରଣ ହୋଇପାରିଛି, ତାଙ୍କର ସ୍ମରଣ ହିଁ ଆଜିର ନିମ୍ନଗାମୀ ସମାଜକୁ ଉଦ୍ଧାର କରି ପାରିବ ବୋଲି ଶ୍ରୀ ସାହୁ ନିଜ ବକ୍ତବ୍ୟରେ କହିଥିଲେ । ମୁଖ୍ୟ ଅତିଥି ଭାବେ ରାଧାଶ୍ୟାମ ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପୁରୁଷୋତ୍ତମ ଭଞ୍ଜ ଯୋଗ ଦେଇ ପ୍ରକୃତି ଓ ମଣିଷ ମଧ୍ୟରେ ଗଙ୍ଗାଧର ଅଭେଦ କଳ୍ପନା କରିଛନ୍ତି । ପ୍ରକୃତି ତାଙ୍କ ପାଇଁ ସ୍ଫୂର୍ତ୍ତିମୟୀ, ଚଳଚଂଚଳ ଓ ବାକ୍‌ଦାୟିନୀ । କବିଙ୍କ ଲେଖନୀରେ ସମଗ୍ର ପ୍ରକୃତି ଜୀବନ୍ତ ମାନବୀୟ ରୂପ ଧରି ପାଠକ ସମ୍ମୁଖରେ ଉଭା ହୋଇଛି ବୋଲି କହିଥିଲେ । ପୂର୍ବରୁ ଆୟୋଜିତ ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତାରେ ଅର୍ଚ୍ଚିତା ପଣ୍ଡା, ଚିନମ୍ମାଲକ୍ଷ୍ମୀ ପ୍ରଧାନ, ମଞ୍ଜିଲ ପଧାନ, ପ୍ରତିଭା ସେଲମା, ଗାୟତ୍ରୀ ତ୍ରିପାଠୀ, ସିମ୍ରନ୍‌ ବାଗ, ପ୍ରତିଜ୍ଞା ତ୍ରିପାଠୀ ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା । ଛାତ୍ରୀ ଚୁମକି ପଧାନ ଓ ଜାହ୍ନବୀ ସାହୁ ଗଙ୍ଗାଧର ମେହେରଙ୍କ ଉପରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଶିକ୍ଷକ ରଂଜିତ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରଦୀପ୍ତ ଦଣ୍ଡସେନା, ପଙ୍କଜ ମେହେର, ମୁରାରୀ ମୋହନ ପରଡିଆ, ରାଜକୁମାର ପଧାନ, ତପନ ବୁଡେକ, ଅଶ୍ୱିନୀ ମହାଲିଙ୍ଗ, ସୁବାସିନୀ ସେଠୀ, ସୁଷମା ମେହେର, ନିରୋତ୍ତମ ବିଶ୍ୱାଲ, ଶିକ୍ଷା କର୍ମଚାରୀ ଅମୂଲ୍ୟ ଦୋରା, ଜଗନ୍ନାଥ ଯୋଶୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

4 × 3 =

error: Content is protected !!