ବରପଦନପୁରରେ ବନ୍ୟା ବିପନ୍ନଙ୍କୁ ସରକାରୀ ପଲିଥିନ୍‍ ବଣ୍ଟନ

ବାଙ୍କୀ : ବାଙ୍କୀରେ ମହାନଦୀର ବନ୍ୟା ପ୍ରଭାବରେ ବିଲିପଡ଼ା ପଞ୍ଚାୟତର ସମସ୍ତ ଗ୍ରାମ ଅଧିକ କ୍ଷତିଗ୍ରସ୍ଥ ଓ ପ୍ରଭାବିତ ହୋଇଥିଲା । ଗ୍ରାମରେ ପ୍ରତି ଘରେ ୫ରୁ ୧୦ଫୁଟ ପାଣି ଥିଲା । ୧ସପ୍ତାହ ଧରି ଗ୍ରାମବାସୀ ଜଳବନ୍ଦୀ ଜୀବନ କଟାଇଥିଲେ । ଏହି ପରିପ୍ରେକ୍ଷୀରେ ଡମପଡ଼ା ତହସିଲ ପକ୍ଷରୁ ବରପଦନପୁର ଗ୍ରାମରେ ବିପନ୍ନ ପରିବାରଙ୍କୁ ତହସିଲ ପକ୍ଷରୁ ଗୋଟିଏ ଲେଖାଏଁ ପଲିଥିନ୍‍ ବଣ୍ଟନ କରାଯାଇଛି । ବନ୍ୟା ପରିସ୍ଥିତିରେ ଛାତ ଉପରେ ଆଶ୍ରୟ ନେଇଥିବା କିମ୍ବା ଉଚ୍ଚା ଡିହରେ ଖୋଲା ଆକାଶ ତଳେ ଦିନ କାଟୁଥିବା ବିପନ୍ନମାନେ ପଲିଥିନ୍‍ ତଳେ ଆଶ୍ରୟ ନେଇପାରିବେ ବୋଲି ଗ୍ରାମବାସୀମାନେ କହିଛନ୍ତି । ସେହିପରି ଏହି ପଞ୍ଚାୟତର ବରଗାଁ, ବିଲିପଡ଼ା, ବିଲିମନ୍ତ୍ରୀ ସାହି, ଧରସ, ଓସ୍ତପୁର, ପାକରାଖାଲ, ଶରଧାପୁର ଆଦି ଗ୍ରାମରେ ବିପନ୍ନଙ୍କୁ ଏହି ପଲିଥିନ୍‍ ତହସିଲ ପକ୍ଷରୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.

eleven + three =