pakka

ଗୁର୍ଲାମାଲ ଗାଁକୁ ଓଭରହ୍ୟାଡ଼ ଟ୍ୟାଙ୍କ ନିର୍ମାଣ ଦାବୀରେ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ଜଳ ହିଁ ଜୀବନ । ବିନା ଜଳରେ ମଣିଷ ବଞ୍ଚିବାର କୌଣସି ସମ୍ଭାବନା ନାହିଁ । ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କନ୍ଦକେଲଗାଁ ଗ୍ରାମ ପଂଚାୟତ ଗୁର୍ଲାମାଲ ଗାଁ ଲୋକେ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଭଲ ପାଣି ପାଇ ପାରୁ ନାହାଁନ୍ତି । ଅନେକ ଥର ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନେଇ ନ ଥିବା ଅଭିଯୋଗ ହେଉଥିବା ବେଳେ ସ୍ଥାନୀୟ ଗ୍ରାମବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ପାଖରେ ଥିବା ଏକ ନାଳରୁ ପାଣି ସଂଗ୍ରହ କରି ପିଉଛନ୍ତି ଗ୍ରାମର ଲୋକେ ଯାହା ଫଳରେ ଅନେକ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି । ଏନେଇ ବିଡିଓ ଦେବାଶିଷ ସାମଲଙ୍କୁ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ବିଡିଓ ଶ୍ରୀ ସାମଲ ଏହି ବିଷୟରେ ଜିଲ୍ଲା ପ୍ରଶାସନକୁ ଜଣାଇବେ ବୋଲି ପ୍ରତିଶୃତି ଦେଇଛନ୍ତି । ଅନ୍ୟପକ୍ଷରେ ଯଦି ପ୍ରଶାସନ ଏକ ମାସ ମଧ୍ୟରେ ସମସ୍ୟାର ସମାଧାନ ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଉକ୍ତ ଦାବୀପତ୍ର ପ୍ରଦାନ ସମୟରେ ଲୁଚନା ସାହୁ, ମମତା ହରପାଳ, ପୁଷ୍ପଲତା ହରପାଳ, ସରୋଜିନୀ ସାହୁ, କୁମୁଦିନି ସାହୁ, ଚଞ୍ଚଲା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

12 + seventeen =