csstore

ଗୁଡଭେଲା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ୩ ଦଫା ଦାବୀପତ୍ର ପ୍ରଦାନ

ଗୁଡଭେଲା, (କେପିଏନ୍‌ଏସ୍‌) : ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଡାକରା କ୍ରମେ ଗତକାଲି ଗୁଡଭେଲା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ୩ ଦଫା ଦାବୀ ସମ୍ବଳିତ ଦାବୀପତ୍ର ହେମନ୍ତ କୁମାର ଦାଶଙ୍କ ନେତୃତ୍ୱରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରମେଶ ସାମର୍ଥଙ୍କୁ ପ୍ରଦାନ କରିଯାଇଛି । ଦାବୀ ଗୁଡିକ ମଧ୍ୟରେ ପ୍ରଥମତଃ ପ୍ରାଥମିକ ଶିକ୍ଷାରେ ଠିକା ନିଯୁକ୍ତିକୁ ସଂପୂର୍ଣ୍ଣ ଉଚ୍ଛେଦ କରିବା ଏବଂ ୨୦୦୧ରୁ ଅଦ୍ୟାବଧି ଠିକାରେ କାମ କରିଥିବା କର୍ମଚାରୀଙ୍କ ନିଯୁକ୍ତିର ପ୍ରଥମ ତାରିଖକୁ ଚାକିରିରେ ଗଣନା କରିବା ସହ ୬ଟି ନେସନାଲ୍ ଇନକ୍ରିମେଣ୍ଟ ପ୍ରଦାନ କରିବା, ଦ୍ୱିତୀୟରେ ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବା ଓ ତୃତୀୟତଃ ପୁରୁଣା ପେନସନ୍ ଯୋଜନା ପୁନଃ ପ୍ରଚଳନ କରିବା ଆଦି ତିନୋଟି ଦାବୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଆସନ୍ତା ସାତ ଦିନ ମଧ୍ୟରେ ଦାବୀ ପୂରଣ ନହେଲେ ଆଗାମୀ ୨୭ ତାରଖ ଦିନ ଭୁବନେଶ୍ୱର ଲୋୟର୍ ପିଏମଜି ଠାରେ ବିଶାଳ ଶିକ୍ଷକ ସମାବେଶ କରାଯିବ ବୋଲି ଶ୍ରୀ ଦାଶ ଚେତାବନୀ ଦେଇଛନ୍ତି ।

jayashree
Leave A Reply

Your email address will not be published.