csstore

ରକ୍ତଦାନ ଶିବିର ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ମୂନିନ୍ଦା ପଞ୍ଚାୟତ ମୋ ପାଠାଗାର ପରିସରରେ ଶନିବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଯୁବ ସରପଞ୍ଚ ଶେଷଦେବ ବାରିକଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି ଶିବିରରେ ୩୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଓଡ଼ିଶା ବ୍ଲଡ଼ ବ୍ୟାଙ୍କ, ପୁରୀ ଆଗାମୀ ଅନୁଷ୍ଠାନର ଚେୟାରମ୍ୟାନ ବିମଳ ଚନ୍ଦ୍ର ମଲ୍ଲିକ, ରାଜ୍ୟ ସଂଯୋଜକ ସୁଦର୍ଶନ ସ୍ୱାଇଁ, ତ୍ରିଶାଖା ଡେଭ୍‌ଲପର, ଭୁବନେଶ୍ଵରର ବିକ୍ରାନ୍ତ ପ୍ରଧାନ, ଉତ୍କଳ କେଶରୀ ଫାର୍ମର ପ୍ରଡ୍ୟୁସର କମ୍ପାନୀ, କଟକର ଜୟନ୍ତ ଦାଶଙ୍କ ସହଯୋଗରେ ଏହି ଶିବିର ଆୟୋଜନ ହୋଇଥିଲା । ଏହି ଶିବିରରେ ଡକ୍ଟର ବିନୟ ଭୂଷଣ ସାହୁ, ଲବ୍ରୋଟରି ଟେକ୍ନିସିଆନ ଅଭିଲିପ୍ସା ପ୍ରିୟଦର୍ଶନୀ ସ୍ୱାଇଁ, ଆଟେଣ୍ଡାଣ୍ଟ ଜିତେନ୍ଦ୍ର କୁମାର ନାୟକ, ସଂଯୋଜକ ପ୍ରୀତିରଞ୍ଜନ ନାୟକ ପ୍ରମୁଖ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ ସହିତ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ସ୍ଥାନୀୟ ସମିତି ସଭ୍ୟା ସ୍ଵର୍ଣ୍ଣଲତା ନାୟକ, ସରପଞ୍ଚ ଶେଷଦେବ ବାରିକ ସମେତ ଯୁବ ଗୋଷ୍ଠୀ ଏବଂ ଗ୍ରାମବାସୀମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.