csstore

ସିପିଆଇର ଦାବୀପତ୍ର ପ୍ରଦାନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରଠାରେ ଆଜି ଜିଲ୍ଳା ସିପିଆଇ(ଏମ୍‌) ତରଫରୁ ଏକ ଦାବୀପତ୍ର ପ୍ରଦାନ ତଥା ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହେଇଯାଇଛି । ସଂପାଦକ ବିଶ୍ୱଜିତ ଚାଟାର୍ଜିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସତର ଦଫା ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଏହି ଦାବୀପତ୍ର ମ.ରାମପୁର ତହସିଲଦାର ଜୟନ୍ତ କୁମାର ମେହେରଙ୍କ ଜରିଆରେ ଦିଆଯାଇ ଥିବା ବେଳେ ମରୁଡ଼ି ମୁକାବିଲା ସହିତ କୃଷି ଋଣଛାଡ଼, ରାଜ୍ୟସରକାରଙ୍କ ଉଦ୍ୟୋଗକୁ ଘରୋଇକରଣ ବନ୍ଦ କରିବା, ସମସ୍ତ ସରକାରୀ ଦପ୍ତରଗୁଡ଼ିକରେ ଖାଲି ପଡ଼ିଥିବା ପଦବୀର ପୂରଣ ଭଳି ସତରଟି ଦାବୀ ରହିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସତ୍ୟଜିତ ଚାଟାର୍ଜୀ, ଗଂଗାଧର ପ୍ରହରାଜ, ବିନତା ରାଉତ, ରାଜେନ୍ଦ୍ର ଭୋଇ, କୁର୍ତ୍ତି କୁମାର ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.