csstore

କଲେଜ ସମସ୍ୟାର ସମାଧାନ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କୁ ଦାବୀପତ୍ର ଦେଲା ଛାତ୍ର କ୍ରିୟାନୁଷ୍ଠାନ କମିଟି

ଟିଟିଲାଗଡ, (ଗୌରବ ଦର୍ଜୀ) : ଗତକାଲି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଚେୟାରମ୍ୟାନ୍ ଅସିତ୍ ତ୍ରିପାଠୀଙ୍କ ଟିଟିଲାଗଡ ଗସ୍ତ ସମୟରେ ସ୍ଥାନୀୟ ଡିଏଭି କଲେଜର ଛାତ୍ରୀନିବାସ ଉଦଘାଟନ ସମୟରେ ତାଙ୍କୁ ସାକ୍ଷାତ କରିଥିଲେ ଛାତ୍ର କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ମଣ୍ଡଳୀ । କମିଟିର ସାଧାରଣ ସଂପାଦକ ପ୍ରଦୀପ ନାରାୟଣ ଦାସଙ୍କ ନେତୃତ୍ୱରେ ଏକ ଛାତ୍ର ପ୍ରତିନିଧି ଦଳ କଲେଜରେ ଲାଗି ରହିଥିବା ସମସ୍ୟା ବିଷୟରେ ଯଥା କଲେଜକୁ ପୂର୍ଣ୍ଣ ସରକାରୀ ମାନ୍ୟତା ପ୍ରଦାନ, ସମସ୍ତ ବିଭାଗରେ ପିଜି ବିଭାଗ ଖୋଲିବା, ପିଜି କ୍ଲାସ ଗୁଡିକ ପାଇଁ ନୂତନ କ୍ଲାସ ରୁମ ବ୍ୟବସ୍ଥା, ନୂତନ ଛାତ୍ର ସାର୍ବଜନୀନ କଠୋରୀ ଏବଂ ପାଠାଗାର ସ୍ଥାପନ, ନୂତନ ଅଡିଟରିମ ନିର୍ମାଣ ଆଦି ବିଷୟରେ ଅବଗତ କରାଇବା ଏବଂ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଶ୍ରୀଯୁକ୍ତ ତ୍ରିପାଠୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । କଲେଜ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ କଲେଜର ଉନ୍ନତି ହୋଇ ପାରୁନାହିଁ ବୋଲି ସାଧାରଣ ସଂପାଦକ ପ୍ରଦୀପ ଦାସ ଅସିତ୍ ତ୍ରିପାଠୀଙ୍କୁ ଜଣାଇଥିଲେ । ଏହି ସମୟରେ ସେଠାରେ ଛାତ୍ର ନେତା ରିତୁରାଜ ତାଣ୍ଡି, ଅଞ୍ଜଳେଶ ଦୀପ, ଗୌରବ ଗହିର, ମାନସ ପାଢ଼ୀ, ଶିବାଜି ନାୟକ, ରାହୁଲ ରାୟ, କମଳ ପାଣ୍ଡିଆ, ମନିଶ ସାହୁ, ରୋହନ ସେଠ୍, କ୍ରିଷ୍ଣା ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀଯୁକ୍ତ ତ୍ରିପାଠୀ ସମସ୍ୟାର ସମାଧାନ ପାଇଁ ନିଶ୍ଚିନ୍ତ ରୂପେ ଧ୍ୟାନ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଛାତ୍ର କ୍ରିୟାନୁଷ୍ଠାନ କମିଟିର ଏହି ପଦକ୍ଷେପକୁ କମିଟି ଉପଦେଷ୍ଟା ତଥା ଟିଟିଲାଗଡ ବିକାଶ ସେନା ସଭାପତି ଇଂ ଅମ୍ଳାନ ପ୍ରତୀକ ଷଡ଼ଙ୍ଗୀ ସମର୍ଥନ ଜଣାଇବା ସହିତ ଟିଟିଲାଗଡ ଛାତ୍ର ସମାଜର ସାମୁହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହାକୁ ଗୁରୁତ୍ୱର ସହିତ ବିଚାର କରାଯାଉ ବୋଲି ମତବ୍ୟକ୍ତ କରିଛନ୍ତି ।

jayashree
Leave A Reply

Your email address will not be published.